ନିଷାନ୍ ସାହିତ୍ୟ ସଂସଦର ଦ୍ୱିତୀୟ ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନରେ ଦ୍ୱିତୀୟ ଅଠାରି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଓ ଯୁଗ୍ମ ସଂପାଦକ ଯୁବକବି କୃଷ୍ଣେନ୍ଦୁ ହୋତାଙ୍କ ସଂଯୋଜନା “ବଶ୍ୱ ତାପନ” ପ୍ରସଙ୍ଗରେ ଆଲୋଚନାଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ କୋସଲି ଡେରର ସଭାପତି ଭକ୍ତବନ୍ଧୁ ବିଶ୍ୱାଳ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଗୋପୀକୃଷ୍ଣ ପାଣ୍ଡିଆ ଓ ସମ୍ମାନିତ ଅତିଥି ଭାବେ କବୟିତ୍ରୀ ତଥା ଗୀତିକାର ଆରୁଣୀ ତ୍ରିପାଠୀ ଯୋଦେଇ ନିଷାନ୍ କୁଟୁମ୍‌ର ଏଭଳି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ କବୟିତ୍ରୀ ବବିତା ନାୟକ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଉପସ୍ଥିତ କବି, କବୟିତ୍ରୀମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବୟିତ୍ରୀ ସାବିତ୍ରୀ ସାହୁ, ଜ୍ୟୋତିରାଣୀ ମିଶ୍ର, ଗୋପିକୃଷ୍ଣ ପାଣ୍ଡିଆ, ସୁଦାମ ପୁଟେଲ, ସତ୍ୟନାରାୟଣ ମିଶ୍ର, କୃଷ୍ଣେନ୍ଦୁ ହୋତା, ଅନିଲ ପଣ୍ଡା, ସୋମନାଥ ମିଶ୍ର, ସତ୍ୟଭୂଷଣ ସାହୁ, ଭକ୍ତବନ୍ଧୁ ସାହୁ, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ସୁଦାମ ପୁଟେଲ ଓ ସହଦେବ ମେହେର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଅନୁଷ୍ଠାନର ଉପଦେଷ୍ଟା ସୋମନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.