oom

ବିଟାବନ୍ଧ ଡେମ୍ ଛକଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକର ମାଲିସିରା ଓ ବିଟାବନ୍ଧ ପଞ୍ଚାୟତର କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ବିଟାବନ୍ଧ ଡେମ୍ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଚଳିତ ନିର୍ବାଚନର ପୁଣି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା(କୁକୁସିଂ), ସମ୍ମାନିତ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବେଲାରସେନ ବେହେରା, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର, ଉପସଭାପତି ବିଭୀଷଣ ମହାନନ୍ଦ, ପୂର୍ବତନ ସରପଞ୍ଚ ତେଜରାଜ ଲୁହା, ବରିଷ୍ଠ କଂଗ୍ରେସ ନେତା ଯଦୁ ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । କଂଗ୍ରେସ ଦଳର ନୀତି ଆଦର୍ଶ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉନ୍ନୟନ ମୁଲକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଟାବନ୍ଧ ସରପଞ୍ଚଙ୍କ ପ୍ରତିନିଧି ଶତ୍ରୁଘ୍ନ ଘିଭେଲା ଓ ତାଙ୍କ ସମର୍ଥକଙ୍କ ସମେତ ମାଲିସିରା ଓ ବିଟାବନ୍ଧ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା କଂଗ୍ରେସ ଦଳରେ ଯୋଗଦେଇଥିଲେ । ଆସନ୍ତା ଏପ୍ରିଲ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ସନ୍ତୋଷ ସିଂ ସାଲୁଜାଙ୍କୁ ପୁଣି ଥରେ ବିପୁଳ ପରିମାଣରେ ଭୋଟ୍‌ ଦେଇ ଜିତାଇବା ସହିତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶଧାରାକୁ ଆଗେଇ ନେବାପାଇଁ ଉପସ୍ଥିତ ନେତା ଓ କର୍ମୀଙ୍କୁ ସାଲୁଜା ଗୁରୁମନ୍ତ୍ର ଦେଇଥିଲେ । କିଶାନ କଂଗ୍ରେସ ବ୍ଲକ ସଭାପତି ଗିରିଧାରୀ ସାହୁ ସଭା ପରିଚାଳନା କରିଥିବା ବେଳେ ନରେନ୍ଦ୍ର ବନଛୋର, ବୁଲୁ ବିଶି, ଗୋପାଳ ପଟ୍ଟନାୟକ, ଦୁର୍ବାସା ସାହୁ, ଜିତେନ ହାତୀ, ବୁଲୁ କୁମ୍ଭାର, ମେନେଜର ଭୋଇ, ଗଙ୍ଗା ବାଗ, ରଘୁ ତାଣ୍ଡି, ବବ୍ରୁବାହାନ ପଧାନ, କୁମର ପ୍ରଧାନୀ, ମାଧବ ସାହୁଙ୍କ ସମେତ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଲା ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.