ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି-୨୦୨୪ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବ ସମାଜସେବୀ ଗଗନ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଯୁବ ସମାଜସେବୀ ବିଭୋର କେଡିଆ ଯୋଗ ଦେଇଥିଲେ । ଅତିଥିବୃନ୍ଦ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଥମ ଶ୍ରେଣୀର ଝରଣା ମହାନନ୍ଦ, ଗୌତମ କୁମ୍ଭାର, ଆଦିତି ବାରିକ, ଦ୍ୱିତୀୟ ଶ୍ରେଣୀର ପୂର୍ଣ୍ଣ ଚନ୍ଦ୍ର କୁମୁରା, ବିଶ୍ୱଜିତ ବକୁଲ ତୃତୀୟ ଶ୍ରେଣୀର ପ୍ରେମ ଦୀପ ଓ ଆୟୁଷ ଛତ୍ରିଆ ଜୁନିଅର୍ ଦଳର ପାୟଲ ସୁନା, ନମନ ପ୍ରଧାନ, ଆଶ୍ରିତା ଦଣ୍ଡସେନା, ଭାରତୀ ଧରୁଆ, ରାକ୍ଷୀ ବାରିକ ଓ ସିନିଅର ଦଳର ଜିନା ଦୀପ, ଆୟୁଷ ମଲ୍ଲିକ, ଶୁଭମ ଠେଲା, ଖୁସିରାମ ତୁମୁନିଆ, ଶୁଭମ ଦଣ୍ଡସେନା, ଶିବ ନାରାୟଣ ଠେଠୁଆର୍, ତପନ ସାହୁ ପ୍ରମୁଖ ଏବଂ ସାଂସ୍କୃତିକ ଦଳରେ ଚିନ୍ମୟୀ ଛତ୍ରିଆ, ଜିନା ଦିପ, ପାୟଲ ସୁନା, ଗଣେଶ ନାଗ, କ୍ଷେତ୍ରମଣି ମହାନନ୍ଦ ଓ କାର୍ତ୍ତିକ ସୁନା ପ୍ରମୁଖ ସଂଗୀତ, ପ୍ରବନ୍ଧ, ଶ୍ରୁତଲିଖନ, କୁଇଜ୍, ବିତର୍କ, ବକ୍ତୃତା, ସୃଜନଶୀଳ ଲିଖନ, ପିଏମ୍ ପୋଷଣ ଚିତ୍ରକଳା, ଶିଳ୍ପକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଓ ରଞ୍ଜିତା ନାଗ ସହଯୋଗ କରିଥିବା ବେଳେ ବିନ୍ଦୁ ମହାଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!