oom

ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂଙ୍କ ନେତୃତ୍ୱରେ ଟିଟିଲାଗଡ଼ ମ୍ୟୁନ୍‌ସିପାଲ୍‌ଟି କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପବିତ୍ର ସାହୁ, ଅଶ୍ୱିନୀ ସାହୁ, ବିଜେ ଛୁରା, ଜ୍ୟୋତି ହରପାଲ, ସର୍ଦା ରାଓ, ଜୋସେଫ ଛତ୍ରିଆ, ପ୍ରୀତମ ଚନ୍ଦନ, ଅନିଲ ରଣା, ମନୋଜ କେତକୀ, ବିଲ୍ଲୁ ନବାବ, ସୋହେଲ ଖାନ, ଟିକୁ ସାହୁ, ପ୍ରକାଶ ସାହୁ, ପ୍ରହ୍ଲାଦ ବେହେରା, ଧୀରଜ କୁମାର, ସୁଦୀର ରାୟ, ମଧୁସୂଦନ ଦୁର୍ଗା, ଧୁବଲେ ପୋଡ଼, ଦେବ ଚନ୍ଦନ, ଚିତ୍ର ଚନ୍ଦନ, ଅର୍ଜୁନ ଚନ୍ଦନ, ଦବଳେଶ୍ୱର ବିଭାର ଓ ଅନାନ୍ୟ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

jittmm
Leave A Reply

Your email address will not be published.