ବଙ୍ଗୋମୁଣ୍ଡା ଚମାର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଦର ଚମାର ମେହେର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୬୦ତମ ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ ମେହେରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ନାଥ ଶବର, ମୁଖ୍ୟବକ୍ତା ଭାବେ କନିଷ୍ଠ ଯନ୍ତ୍ରୀ ଡଃ. ମିହିର କୁମାର ପଣ୍ଡା, ସମ୍ମାନୀୟ ଅତିଥି ଭାବେ ଏବିଇଓ ଚୈତନ୍ୟ ଧରୁଆ, ସାହିତ୍ୟିକ ଡଃ. ନାରାୟଣ ମିଶ୍ର, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଲଲିତ ମୋହନ ମେହେର, ପୂର୍ବତନ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ମେହେର, ମୁରଲୀଧର ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା କରି ଭବିଷ୍ୟତରେ ଏକ ସୁନାଗରିକ ହେବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ । ମୋ ସ୍କୁଲ ଅଭିଯାନ ତରଫରୁ ନୂତନ ସଭାଗୃହକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ୪୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଶିକ୍ଷକ ହରେକୃଷ୍ଣ ତାଣ୍ଡି ମଂଚ ପରିଚାଳନା କରିଥିଲେ । ଏଥିରେ ଶିକ୍ଷକ କ୍ଷେତ୍ର ମୋହନ ମେହେର, ଇନ୍ଦୁମତୀ ଶବର, ବେଦବର ମାଝୀ, ମମତା ମେହେର, ରଶ୍ମିରଞ୍ଜନ ରାଉତରାୟ, ଦୀପାଞ୍ଜଳି ତାଣ୍ଡି, ସବିତା ଦାସ, ମହେନ୍ଦ୍ର ଭୋଇ, ଇନ୍ଦ୍ର ମାଝୀ, ହରପ୍ରସାଦ ମାଝୀ, ସୁନିତା ପ୍ରଧାନ, ରୋମାଂଚଳ ଛୁରା, ମୋନିକା ନାଗବଂଶ ପ୍ରମୁଖଙ୍କ ସହ କର୍ମଚାରୀମାନେ ସହ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.