ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ଯାନ୍ତ୍ରିକ ଭବନ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ୍ ସେକ୍ସନ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ କାର୍ଯ୍ୟକାରୀ ସଭାପତି ଅଶୀଳ କୁମାର ବ୍ରହ୍ମ, ସୁଧୀର କୁମାର ପାଣିଗ୍ରାହୀ, ଖଣ୍ଡ ସମ୍ପାଦକ (ଭୁବନେଶ୍ୱର) ଏବଂ ନୂତନ ନବ ନିର୍ବାଚିତ କର୍ମକର୍ତ୍ତା ଓ ବ୍ରହ୍ମପୁର, ଛତ୍ରପୁର, କାଳିଆବାଲି, ଦିଗପହଣ୍ଡିର କର୍ମଚାରୀ ଉପସ୍ଥିତ ରହି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (ଜନସ୍ୱାସ୍ଥ୍ୟ ମଣ୍ଡଳ, ଛତ୍ରପୁର), ଅଧିକ୍ଷଣ ଯନ୍ତ୍ରୀ (ଜନସ୍ୱାସ୍ଥ୍ୟ ବିଭାଗ, ଛତ୍ରପୁର) ଓ ମହା-ପ୍ରବନ୍ଧକ (ୱାଟକୋ, ବ୍ରହ୍ମପୁର)ଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରାଗଲା । ଯାହାକି ୱାର୍କ ଚାର୍ଜ କର୍ମଚାରୀଙ୍କୁ ରେଗୁଲାର କରିବା, ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା, ସମସ୍ତ କଣ୍ଟ୍ରାକ୍‌ଚୁଆଲ୍‌ ଓ ଏଜେନ୍ସି କର୍ମଚାରୀମାନଙ୍କୁ ସମାନ କାମକୁ ସମାନ ଦରମା ସହ ଇପିଏଫ୍ ଓ ଇ.ଏସ୍.ଆଇ. ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ମୌଳିକ ଦାବୀ ନେଇ ୱାଟକୋ, ମହାପ୍ରବନ୍ଧକ (ବ୍ରହ୍ମପୁର)ଙ୍କ ସହ ଆଲୋଚନା କରାଯାଇଥିଲା । ନୂତନ କର୍ମକର୍ତ୍ତା ବୃନ୍ଦ ସୀମାଞ୍ଚଳ ପଣ୍ଡା (ଜିଲ୍ଲା ଉପ-ସଭାପତି), ପଦ୍ମଚରଣ ପାଢ଼ୀ (ଜିଲ୍ଲା ସମ୍ପାଦକ), ପ୍ରଦୀପ କୁମାର ସିଂ (ଖଣ୍ଡ ସମ୍ପାଦକ), ସୁମନ କୁମାର ପାତ୍ର (ସହକାରୀ ଖଣ୍ଡ ସମ୍ପାଦକ), ନରେନ୍‌ ବିଶୋୟୀ (କୋଷାଧ୍ୟକ୍ଷ) ସୀମାଞ୍ଚଳ ମଣ୍ଡଳ ଓ କୈଳାସ ଚନ୍ଦ୍ର ଦାଶ (ଉପଦେଷ୍ଟା), ରାମେଶ୍ଵର ନାୟକ ଓ ନିରଞ୍ଜନ ରାଉତ (କାର୍ଯ୍ୟାଳୟ ସମ୍ପାଦକ) ଏସ୍. ସନ୍ତୋଷ କୁମାର ସ୍ୱାମୀ (ଉପଖଣ୍ଡ ସମ୍ପାଦକ, କାଳିଆବାଲି) ଜ୍ଞାନେନ୍ଦ୍ର ମହାପାତ୍ର (ସହକାରୀ ଉପଖଣ୍ଡ ସମ୍ପାଦକ, କାଳିଆବାଲି) ପ୍ରମୁଖ ଏହି କାର୍ଯ୍ୟକ୍ରମରେ କର୍ମଚାରୀଙ୍କ ଅଦ୍ଭାବ ଓ ଅସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ । ଏପରିକି ବହୁ କର୍ମଚାରୀ ଓ ନେତ୍ତୃବର୍ଗ ନୂତନ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ହିତ ଓ ସ୍ୱାର୍ଥ ଦୃଷ୍ଟିକୁ ନେଇ ଦୃଷ୍ଟି ଆରୋପ କରିଥିଲେ ।

Leave A Reply

Your email address will not be published.