centurian jitm

ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

nschool

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଥିବା ସମ୍ବଲପୁରୀ ଫୋକ ଏକାଡେମୀ (କଳାଗ୍ରାମ) ତରଫରୁ ତଥା ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ସହାୟତାରେ ମହା ସମାରୋହରେ ମଙ୍ଗଳବାର ଦିନ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ ଗଡତିଆ ମୁଖ୍ୟ ଅତିଥି, ରଞ୍ଜନ କୁମାର ପଣ୍ଡା ସମ୍ମାନିତ ଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣବ ସାହୁ ସମ୍ମାନିତ ଅତିଥି, ତୁଲାରାମ କଲେତ, ଶରତ କାଳୁ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ପାଦକ ରବିରତନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବୁରୋମୁଣ୍ଡା ପୂର୍ବତନ ସରପଞ୍ଚ ଓ ସମାଜ ସେବୀ ସରୋଜ ଭୂଷଣ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ କଳା ଓ ସଂସ୍କୃତି କ୍ଷେତ୍ରରେ କଳଗ୍ରାମର ଅଗ୍ରଣୀ ଭୂମିକା ବର୍ଣନା କରିଥିଲେ । ସମସ୍ତ ସ୍କୁଲ ଛାତ୍ରଛାତ୍ରୀ, ସ୍ୱୟଂ ସହଗୋଷ୍ଠୀ ବୁରୋମୁଣ୍ଡାର ମହିଳାମାନେ ଓ ଯୁବ ଗୋଷ୍ଠୀ ତ୍ରିରଙ୍ଗା ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଷ୍ଣବ ଜନତୋରୁ ଆରମ୍ଭ ହୋଇ ଅନୁଷ୍ଠାନର ଆଦିଧୁନ, ଛାତ୍ରଛାତ୍ରୀଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ, ଦେଶାତ୍ୱବୋଧକ ଗୀତ ଅଫିସ ପରିବେଷତ ହୋଇଥିଲା । ନୀଳାଞ୍ଚଳ ପାନଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବିଭୋର କରିଥିଲା । କଲାସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ଅଲେଖ ସାହୁ ଓ ଆନନ୍ଦ ବାଗ ଓ ଯୁବ ଶିଳ୍ପୀ ଭାବେ ସିପନ ମାଝୀ ଓ ହୀରା ବରାହାଙ୍କୁ ସମ୍ମାନିତ କରାଯାଇଥିଲା । ଆଖପାଖ ଅଞ୍ଚଳର ୪ ଶହରୁ ଅଧିକ ଲୋକ ଯୋଗ ଦେଇଥିବା ଏହି ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆଦିଧୁନର ସମସ୍ତ କଳାକାର, ଗ୍ରାମବାସୀ ସହଯୋଗ କରିଥିବା ବେଳେ ଅମିତ ସାହୁ ଓ ଅଶ୍ୱିନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.