oom

ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସରେ ପାଠଶାଳା ଅନୁଷ୍ଠିତ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ବରଗଡ଼ ଠାରେ ଗଣଦୃଷ୍ଟି ମିଡ଼ିଆ ଏବଂ ଯୁବ ରେଡ୍‌କ୍ରସ୍‌ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ପାଠଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ବିଶ୍ୱ ବିମ୍ବିତା ରାଉତରାୟଙ୍କ ଅଧ୍ୟକ୍ଷତାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା କାରଣ ଓ ନିରାକରଣ ପ୍ରସଙ୍ଗରେ ଆଜି ଅପରାହ୍ନରେ ଅନୁଷ୍ଠିତ ଏହି ପାଠଶାଳାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ପ୍ରବୀଣ କୁମାର ସାହୁ ଆଲୋଚକ ଭାବରେ ଯୋଗଦେଇ ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମାନସିକ ସମସ୍ୟା ଏବଂ ଏହାର ନିରାକରଣ ସଂପର୍କରେ ଆଲୋଚନା କରିଥିଲେ । ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସମଗ୍ର ବିଶ୍ୱ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ହୋଇଛି । ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଏହି ସମସ୍ୟା ଉଦ୍‌ବେଗ ଜନକ ଭାବରେ ବୃଦ୍ଧି ପାଉଛି । ଆଧୁନିକ ଜୀବନ ଶୈଳୀ ମଧ୍ୟ ଏହାର ଅନ୍ୟତମ କାରଣ । ତେବେ ଏହି ସମସ୍ୟା ଓ ଏହାର ସମାଧାନ ପାଇଁ ସଂପର୍କରେ ଅଧିକରୁ ଅଧିକ ମାତ୍ରାରେ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ଡ଼ାକ୍ତର ସାହୁ କହିଥିଲେ । ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ କଲେଜର ଛାତ୍ରୀମାନେ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପାର୍ବତୀଗିରି ମହିଳା କଲେଜ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ରଶେଖର ବାଗ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ମହିଳା କଲେଜର +୩ ଛାତ୍ରୀ ଦୁଲାରି ପଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଗଣଦୃଷ୍ଟିର ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ବିଶ୍ୱାଳ ସ୍ୱାଗତ ଭାଷଣ, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସରୋଜ କୁମାର ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ ଏବଂ ଯୁବ ରେଡ୍‌କ୍ରସ୍‌ର ପରିଷଦ ସଦସ୍ୟା ଅଧ୍ୟାପିକା ବିନୋଦିନୀ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.