ସିଏସ୍‌ଡି ଅନୁଷ୍ଠାନ ପକ୍ଷରୁ କୁରସୁଡ ଠାରେ ଏକ ଦିବସୀୟ କୋଶଳ ଭିତ୍ତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କୁରସୁଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣ କୁରସୁଡ଼ ଠାରେ ପୃଥକ ପୃଥକ ଭାବରେ ସିଏସ୍‌ଡି ନୈତିକ ଜିବନ ଅନୁଷ୍ଠାନ ସହାୟତାରେ ଏବଂ ଶ୍ରୀ ଅରବିନ୍ଦ ପାଠ୍ୟଚକ୍ର ଅନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ତଥା ଆଦର୍ଶ ଜୀବନ ଶୈଳୀ ଜୀବନ ଗଢ଼ିତୋଳିବା ପାଇଁ ଆବଶ୍ୟକୀୟ କୌଶଳ ଭିତ୍ତିକ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଛାତ୍ରଛାତ୍ରୀ ମାନଙ୍କର ଉନ୍ନତ ଭବିଷ୍ୟତ ଓ ସେମାନଙ୍କର ଜୀବନ ଶୈଳୀ କିପରି ବ୍ୟର୍ଥ ଭାବରେ ବିନିଯୋଗ ନହୋଇ ଏକ ଆଦର୍ଶ ଓ ଆସନ୍ତା ସମୟ ପାଇଁ ଦିଗ୍‌ଦର୍ଶକ ହୋଇପାରିବ ତାହା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ମଧ୍ୟରେ ଶ୍ରୀ ଅରବିନ୍ଦ ପାଠ୍ୟଚକ୍ରର ସଂଯୋଜକ ଅମିତ କୁମାର ସାହୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସିଏସ୍‌ଡି କୁରସୁଡ଼ ସଂସ୍ଥାର ସମ୍ପାଦକ ମନୋଜ କୁମାର ପାଢ଼ୀ, ଅତୀତ ଛାତ୍ର ଜୀବନ କିପରି ଉଚ୍ଚ କୋଟିର ଥିଲା ସେ ଦିନର ଛାତ୍ରଛାତ୍ରୀ ମାନେ କିପରି ଆଜି ପୂଜ୍ୟନୀୟ ହୋଇପାରିଛନ୍ତି ଏବଂ ସେମାନଙ୍କ ନିତି ଓ ଆଦର୍ଶ କିପରି ଆମକୁ ସେମାନଙ୍କ ପ୍ରତି ଭକ୍ତି ଭାବନା ଆଣିଦେଉଛି ତାହା ଉପରେ ଆଲୋକପାତ କରିଥିଲେ । ସେ ଉପସ୍ଥିତ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ଗୁରୁ ଦାୟୀତ୍ୱ ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନର ମୋବାଇଲ ଯୁଗ ଏବଂ ଆଧୁନିକ ଜୀବନ ଶୈଳୀ କିପରି ଯୁବ ସମାଜକୁ ଅତି ନଷ୍ଟ ଦିଗକୁ ଠେଲି ସାରିଲାଣି ଏବଂ ଏହି ପରିସ୍ଥିତିରେ ନୈତିକ ବୋଧ କିପରି ଅତ୍ୟନ୍ତ ଜରୁରୀ ତାହା ଛାତ୍ରଛାତ୍ରୀ ମାନଙ୍କୁ ଦର୍ଶାଇବାକୁ ଚେଷ୍ଟା କରିଥିଲେ । ପରିଶେଷରେ ଆଜିର ପ୍ରଶିକ୍ଷଣ ଶିବିରରେ ସଭାପତି ତଥା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶଙ୍କର୍ଷଣ ସ୍ୱାଇଁ, ଏସ୍‌ସିଡିର ଏପରି ଏକ ଅଭିନବ ତଥା ମୂଳବାନ ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ନିର୍ମଳ ଚରଣ ତାଣ୍ଡି, ଶ୍ରୀମତୀ ନମିତା ନନ୍ଦ ଓ ରଶ୍ମି ସାହୁ ତଥା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତ୍ରିନାଥ ନାଗ, ଗୁରୁଜୀ ଭକ୍ତ ରାଜୀବ ନାଥ, ଗୁରୁମା ଶ୍ରୀମତି ପ୍ରମିଳା ନାୟକ ଏବଂ ଶ୍ରୀ ଅରବିନ୍ଦ ପାଠ୍ୟଚକ୍ରର ଶ୍ରୀମତି ପୁଷ୍ପାଞ୍ଜଳି ପାଢ଼ୀ, ଶ୍ରୀମତୀ ମଞ୍ଜୁ ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ସବୁ ବିଦ୍ୟାଳୟରେ ଅନୁଷ୍ଠିତ ହୋଇପାରିବ ଯାହାଦ୍ୱାରା ଅନ୍ୟ ଛାତ୍ରଛାତ୍ରୀ ମାନେ ଏହାର ସୁଫଳ ବୁଝିପାରି ନିଜକୁ ଉନ୍ନତ ମାର୍ଗରେ ନେଇପାରିବେ ତାହା କାମନା କରି ଅମିତ କୁମାର ସାହୁ ଆଜିର ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ଯାପନ କରିଥିଲେ ।

Leave A Reply

Your email address will not be published.