oom

ଖୋଲାନ ଗ୍ରାମକୁ ପଲିଥିନ୍‌ ମୁକ୍ତ ଗ୍ରାମ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ବିଜ୍ଞାନ ଦ୍ଵାରା ବିଭିନ୍ନ ପ୍ରକାର ଜିନିଷ ଉଦ୍ଭାବନ ହେଉଛି । ସେ ଭିତରୁ ପଲିଥିନ୍ ଅନ୍ୟତମ । ପଲିଥିନକୁ ଲୋକ ଏବେ ଏତେ ପରିମାଣରେ ବ୍ୟବହାର କରୁଛନ୍ତି ଯେ କହିଲେ ନ ସରେ । ସକାଳୁ ଅଳିଆ ଆବର୍ଜନା ଫିଙ୍ଗିବା ଠାରୁ ଆରମ୍ଭ କରି ବଜାରକୁ ପନିପରିବା, ରାସନ୍ ଦୋକାନରେ ରାସନ୍‌ ସାମଗ୍ରୀ ଆଣିବାକୁ ହେଉ କି ମାଛ, ମାଂସ କିଣିବା ପାଇଁ ହେଉ କି ଜଳଖିଆ ଠାରୁ ଭାତ, ଡାଲି, ତରକାରୀ ପେକିଂ କରିବା ଭଳି ସବୁ ଜାଗାରେ ବ୍ୟବହୁତ ହେଉଛି । ତେବେ ବହୁଳ ପରିମାଣରେ ପଲିଥିନ୍ ବ୍ୟବହାରର ଅପର ପାର୍ଶ୍ଵରେ ପଲିଥିନ୍ ଯୋଗୁଁ ବହୁତ କ୍ଷତି ମଧ୍ୟ ଦେଖିବାକୁ ମିଳୁଛି । ଯେମିତିକି ପଲିଥିନ୍‌ ଜରିଆରେ ଅଳିଆ ଆବର୍ଜନା, ଖାଇବା ସାମଗ୍ରୀ ବାହାରେ ଲୋକ ଫିଙ୍ଗି ଦେଇଥାନ୍ତି, ତାହା ବୁଲା ଗାଈଗୋରୁ ଖାଇକି ପେଟ ଫୁଲି ମରିଯିବା ଦେଖିବାକୁ ମିଳୁଛି, ସେହିପରି ପଲିଥିନ୍ ମାଟି ତଳେ ରହିଗଲେ ମାଟିର ଉର୍ବରତା ନଷ୍ଟ ହେଇ ଯାଉଛି, ଯଦ୍ୱାରା ବହୁତ୍ କ୍ଷତି ବୃଦ୍ଧି ପାଉଛି । ଖାସ୍ କରି ଗ୍ରାମାଞ୍ଚଳ ଅଞ୍ଚଳରେ ଚାଷ ବାସ କରୁଥିବା ଲୋକେ ବେଶୀ ପ୍ରଭାବିତ ହେଉଛନ୍ତି । ସେମିତିବି କେନ୍ଦ୍ର ସରକାର ଏବେ ଏକ ପ୍ରକାର ଦେଶ ବ୍ୟାପି ପଲିଥିନ ମୂକ୍ତ କରିବାକୁ କିଛି ବର୍ଷ ହେଲା ଅଣ୍ଟା ଭିଡ଼ିଛନ୍ତି । ଏହାକୁ ଆଖି ଆଗରେ ରଖି ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ ଏନେଇ ଗ୍ରାମର ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ ବୁଧୁବାର ସଂଧ୍ୟାରେ ଡାକି ଗ୍ରାମକୁ ପଲିଥିନ୍‌ ମୁକ୍ତ କରିବା ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଆଲୋଚନା କରିଛନ୍ତି । ଯଦ୍ୱାରା ଆଗାମୀ ଦିନରେ ଖୋଲାନ ପଞ୍ଚାୟତ ପଲିଥିନ୍ ମୁକ୍ତ ଗ୍ରାମ ହୋଇ ଅନ୍ୟ ପଞ୍ଚାୟତ ପାଇଁ ଏକ ଆଦର୍ଶ ହୋଇପାରିବ । ଏହି ବୈଠକରେ ବ୍ଲକର ଆସିଷ୍ଟାଣ୍ଟ ଏଜ୍ଜିକ୍ୟୁଟିବ ଇଞ୍ଜିନିୟର ଶିବାନୀ ପ୍ରଧାନ, ବିପିଓ ଶୁଭ୍ରାଂଶୁ ମହାରଣା, ଜେଇ ଲୋପାମୁଦ୍ରା ବିଶ୍ଵାଳ, ଜିଆର୍‌ଏସ୍‌ ନିରଞ୍ଜନ ପୋଢ଼, ଜିପିଓ ଶ୍ରୀଯୁକ୍ତ ପାଣିଗ୍ରାହୀ, ଓଏଲ୍‌ଏମ୍‌ର ବିପିଏମ୍‌ ଶ୍ରୀଯୁକ୍ତ ଏସ୍‌କେ ଅଞ୍ଜୁମ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.