ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁବାଟିକା ବିଭାଗର ୧୦୫, ପ୍ରାକ୍ ଶିଶୁ ବର୍ଗରୁ ୧୦୯, ଶିଶୁବର୍ଗରୁ ୫୬, ବାଳ ବର୍ଗରୁ ୩୦ ଓ କିଶୋର ବର୍ଗରୁ ୨ଟି ମୋଟ ୩୦୨ଟି ପ୍ରକଳ୍ପ ଆସିଥିଲା । ତତ୍‌ସହିତ ମୂର୍ତ୍ତିକଳା, ସଙ୍ଗୀତ ପ୍ରତିଯୋଗିତା, ପ୍ରଶ୍ନମଞ୍ଚ, ପତ୍ରବାଚନ ଆଦି ବିଭିନ୍ନ ପ୍ରତିଯୋଗିତାରେ ୮୨ ଜଣ ଶିଶୁ ଭାଗ ନେଇ ଥିଲେ । ବିଚାରକ ଭାବେ ପ୍ରତାପ ବହିଦାର, ତମନ୍ନା ଅଗ୍ରୱାଲ, ପରମାନନ୍ଦ ସାହୁ, ଯଜ୍ଞକୁମାର ସାହୁ ଯୋଗ ଦେଇଥିଲେ । ସମାରୋପ ସମାରୋହରେ ବରିଷ୍ଠ ଆଚାର୍ଯ୍ୟ ପ୍ରେମାନନ୍ଦ ମିଶ୍ର ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ବିଜ୍ଞାନ ଗୁରୁମା ମମତା ଦାଶ ବୃତ୍ତ କଥନ କରିଥିବା ବେଳେ ନିତ୍ୟାନନ୍ଦ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତି ସଦସ୍ୟା ସୈରିନ୍ଦ୍ରୀ ଛତ୍ରିଆ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ରସାନନ୍ଦ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.