ଜିଲ୍ଲାସ୍ତରୀୟ ହାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା, ବରଗଡ଼ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ଭିତ୍ତିକ ହାକାଥନ୍ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । ଉଦ୍‌ଘାଟନୀ ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଛତ୍ରୀ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଶିକ୍ଷାଅଧିକାରୀ ସୁରେନ୍ଦ୍ର ସାହୁ, ସରୋଜ ଭୁଏ, ଲୋକନାଥ ଭୋଇ, ଶୁଭମ୍ ପତି ଓ ଚୂଡ଼ାମଣି ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ହାକାଥନ୍ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହି କାର୍ୟ୍ୟକ୍ରମଟିକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ । ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୩୫ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ । ବିଚାରକ ଭାବରେ ଭୁକ୍ତା ମହାବିଦ୍ୟାଳୟର ଅଧ୍ୟାପକ ଜୟନ୍ତ କୁମାର ସାହୁ,ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଅନିରୁଦ୍ଧ ରୋହିଦାସ, ଓ. ୟୁ.ଏ. ଟି. ଛାତ୍ର ଅଭିଷେକ ଦାଶ ଓ ବୈଭବ କୁମାର ମିଶ୍ର ବିଚାରକ ଦାୟିତ୍ଵ ତୁଲାଇଥିଲେ । ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ, ସୁଶ୍ରୀ ଭାବନା ସାହୁ, ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ମଚ୍ଛିନ୍ଦ୍ର ମଲ୍ଲିକ, ମୁକୁନ୍ଦ ମାହରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗୀତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ପୁରୁଷୋତ୍ତମ ନାଏକ, ଯୋଗ୍ୟା ଆଲୋକିତା ବଢ଼େଇ ଏବଂ ସିମ୍‌ରନ୍‌ ପ୍ରଧାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟରେ ସୁବୋଧ ସାହୁ, ପ୍ରିୟବ୍ରତ ସାହୁ, ବୈଲୋଚନ ପ୍ରଧାନ, ଗୋପୀନାଥ ପ୍ରଧାନ, ଶିବିରଞ୍ଜନ ପ୍ରଧାନ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.