ମୁରିବାହାଲ ବ୍ଲକ ସଭାଗୃହରେ ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ଶନିବାର ୭୮ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ଅନୁପସ୍ଥିତିରେ ବିଡ଼ିଓ ପୂର୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେର ଓ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସ୍ଵାଧୀନତା ଦିବସକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା । ପ୍ରଥମେ ବ୍ଲକସ୍ତରୀୟ ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ରୂପେ ବ୍ଲକ ଅଧ୍ୟକ୍ଷ, ଭାରପ୍ରାପ୍ତ ଅଧ୍ୟକ୍ଷ ରୂପେ ବିଡ଼ିଓ, ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ସମ୍ପାଦକ ଅଗସ୍ତି ବଘାର, କୋଷାଧ୍ୟକ୍ଷ ବିଏସ୍‌ଏସ୍‌ଓ, ଉପକୋଷାଧ୍ୟକ୍ଷ ବନବିହାରୀ ଯୋଶୀ, ଅର୍ଥ କମିଟି ସଭାପତି ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ପ୍ରତିଯୋଗିତା କମିଟି ସଭାପତି ଏବିଇଓ କାନ୍ତରାମ୍ ଧରୁଆ, ପଡିଆ ସାଜସଜ୍ଜା କମିଟି ସଭାପତି ପିଇଟି ସ୍ୱରାଜ ମେହେର ଓ ସାଂସ୍କୃତିକ କମିଟି ସଭାପତି କଳାକାର ସୁଦର୍ଶନ ଦୀପଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା । ସେହିଦିନ ସକାଳୁ ପ୍ରଭାତ ଫେରି, ରାମଧୁନ ଗାନ, ନିଜ ନିଜ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ପରେ ପଂଚାୟତ ହାଇସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ ସ୍ୱାଧିନତା ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥି । ଏଥିରେ ଅତିଥିଙ୍କ ଦ୍ଵାରା ସମବେତ ପ୍ୟାରେଡ ଅଭିବାଦନ ଗ୍ରହଣ କରିସାରିବା ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ତହସିଲଦାର ଜଗଦୀଶ କର୍ତାମି, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୁଦି, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ, ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ପ୍ରଧାନ ଆଚାର୍ଯ୍ୟ ସୁମନାନନ୍ଦ ଖମାରୀ, ଓଏଭି ଅଧ୍ୟକ୍ଷ ପୀତାମ୍ବର ବେଶ୍ରା, ଏବିଇଓ କାନ୍ତରାମ ଧରୁଆ, ଭାରପ୍ରାପ୍ତ ସିଡ଼ିପିଓ କୁନି ନାୟକ, ବିଭିଓ ଡ. ଅଞ୍ଜନ ମଲ୍ଲିକ, ଏସ୍‌ଆଇ ଦନାର୍ଦନ ଓରାମ, ଦମକଳ ବିଭାଗ ଓଆଇସି ଅମ୍ବରିଶ ପ୍ରଧାନ, ବିଦ୍ୟୁତ୍ ବିଭାଗରୁ ଚିନ୍ମୟ ସାହୁ, ଉଦ୍ୟାନ ବିଭାଗରୁ ଯଶୋବନ୍ତ ଭୋଇ, ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ, ସମ୍ପାଦକ ଥବୀର ସା, ଜନମୁକ୍ତି ଅନୁଷ୍ଠାନ କର୍ମକର୍ତ୍ତା, ରାଜ ସିଂ ବାବୁ, ରୁପେଶ ଶାଣ୍ଡଙ୍କ ସହ ବ୍ଲକର ସମସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, ଖେଳ ଶିକ୍ଷକ, ବହୁ ସ୍ୱେଛାସେବୀ ସଂଗଠନର କର୍ମକର୍ତ୍ତା ଓ ବ୍ଲକର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.