ଲୋଇସିଂହାରେ ବିଶ୍ଵହିନ୍ଦୁ ପରିଷଦ ବୈଠକ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜ ଛକ ସ୍ଥିତ ବାବାମଠ ପରିସରରେ ବିଶ୍ୱହିନ୍ଦୁ ପରିଷଦର ବୈଠକ ହିମାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପରିଷଦର ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ପଟେଲ ଏବଂ ସମ୍ମାନିତ ଅତିଥି ଭାବେ ସଂଘ ପ୍ରମୁଖ ଗୌରନିତାଇ ପତ୍ରୀମାଲି, ଜିଲ୍ଲା ଧର୍ମାଚାର୍ଯ୍ୟ ପ୍ରମୁଖ ସମ୍ପୂର୍ଣ୍ଣ ବଢିଆ, ସମ୍ପାଦକ ସଦାନନ୍ଦ ମିଶ୍ର ଯୋଗ ଦେଇଥିଲେ । ଚଳିତ ମାସରେ ହେବାକୁ ଥିବା ସଂଘୀୟ କାର୍ଯ୍ୟକ୍ରମ ଯଥା, ଅଖଣ୍ଡ ଭାରତ ଦିବସ, ରକ୍ଷା ବନ୍ଧନ, ଜନ୍ମାଷ୍ଟମୀ ଓ ବିଶ୍ୱହିନ୍ଦୁ ପରିଷଦର ୬୦ ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ ସକାଶେ ବୈଠକରେ ସହମତି ପ୍ରକାଶ ପାଇବା ସହିତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା । ଏହି ବୈଠକରେ ବିଶ୍ୱହିନ୍ଦୁ ପରିଷଦର ବିଭିନ୍ନ ପଞ୍ଚାୟତ ସଂଯୋଜକ ତଥା ସଦସ୍ୟ ଗଣ ଉପସ୍ଥିତ ଥିଲେ । ପରିଶେଷରେ ଶାନ୍ତିପାଠ ପୂର୍ବକ ବଜରଙ୍ଗଦଳ ପ୍ରମୁଖ ସବଲ ବିଶ୍ଵାଳଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.