ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲୋକ ସମ୍ପର୍କ ଓ ସୂଚନା ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ଵାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରିହାନ୍ ଖେତ୍ରି, ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ଏସ୍‌ଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର, ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ଟିଟିଲାଗଡ଼ ତହସିଲଦାର, ଲୋକ ସୁଚନା ଓ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ମଞ୍ଚାସୀନ ଥିଲେ । ଉପଖଣ୍ଡ ସ୍ତରୀୟ ଲୋକ ସମ୍ପର୍କ ଓ ସୁଚନା ଅଧିକାରୀ ଶ୍ରୀ ମାଝି ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ସେମାନେ କଣ କଣ ଦାୟିତ୍ଵ ଗ୍ରହଣ କରିବେ ସେ ନେଇ ଅବଗତ କରାଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ବିଦ୍ୟୁତ ବିଭାଗ, ପୌରପରିଷଦ, ପିଏଚ୍‌ଡି ବିଭାଗ, ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବି, ସମାଜସେବୀ ମାନେ ଯୋଗ ଦେଇଥିଲେ । ତେବେ ଏହି ପ୍ରସ୍ତୁତି ବୈଠକରେ ପ୍ୟାରେଡରେ କିଛି ପରିବର୍ତ୍ତନ ଆଣିବା ପାଇଁ ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀ ବାରିକ ନିଜର ମତାମତ ଦେଇଥିଲେ ।

Leave A Reply

Your email address will not be published.