ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ‘ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଆଜି ଅପରାହ୍ନ ୫ଟା ସମୟରେ ତୁଷୁରା ଅଗ୍ରସେନ ଭବନର ସଭାଗୃହରେ ସଂସଦର ସଭାପତି ଅଖିଳ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ‘ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ଗୁରୁର ବାତ୍ସଲ୍ୟ ଓ ଶିଷ୍ୟର ବିନୟ ରହିଲେ ଗୁରୁ ଶିଷ୍ୟ ପରମ୍ପରା କାଳଜୟୀ ହେବ ବୋଲି ମତପୋଷଣ କରିଥିଲେ । ମୁଖ୍ୟ ବକ୍ତାଭାବେ ହୀରାବତୀ ସାହୁ ଯୋଗଦେଇ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଏଥିରେ ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ସଭାପତି ଶ୍ୟାମସୁନ୍ଦର ପ୍ରଧାନ, ସନ୍ତୋଷ କୁମାର ବେହେରା, ସୁଧାକର ପ୍ରଧାନ, ବବିତା ନାୟକ ଓ ଭକ୍ତବନ୍ଧୁ ସାହୁ ଯୋଗଦେଇ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରହଲ୍ଲାଦ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.