କୁଟାସିଂହା ଗ୍ରାମ ପଂଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଂଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ନିର୍ବାହିଅଧିକାରି ପ୍ରଶାନ୍ତ କୁମାର ଯୋଷୀଙ୍କ ତତ୍ୱାବଧାନରେ ପଂଚାୟତର କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି ଆଦି ଗ୍ରାମର ବହୁ ସଂଖ୍ୟକ ଜନସାଧାରଣ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଭତ୍ତା, ସ୍ୱାସ୍ଥ୍ୟ, ରାସ୍ତା, ଶିକ୍ଷା, ଜଳ ଓ ପରିମଳ, ମତ୍ସ୍ୟ, ଉଦ୍ୟାନ, କୃଷି, ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ରେଜିଷ୍ଟ୍ରେସନ୍‌ ହୋଇ ଶୁଣାଣି ହୋଇଥିଲା । ମୁଖ୍ୟ ଅତିଥିଭାବେ ଆଗଲପୁର ତହସିଲଦାର ଚୈନୁ ଗଣ୍ଡ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଳଦୀପ ମହାନ୍ତି, ଶିଶୁବିପକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟି ନାୟକ, ଜଳ ଓ ପରିମଳ ଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର, ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରି ଡ. ଧିରେନ୍ଦ୍ର ମେହେର, ନାଏବ ସରପଂଚ, ଏପି ଧୁବଳକିଶୋର ମଲ୍ଲିକ ଓ ବ୍ଲକର ପଦାଧିକାରୀ ଯୋଗ ଦେଇଥିଲେ । ପଂଚାୟତର ଗାଁ ସାଥି, ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଜନସାଧାରଣ ସହଯୋଗ କରିଥିଲେ ।

Leave A Reply

Your email address will not be published.