ବରଗଡର ଇନରହ୍ଵିଲ କ୍ଲବ୍‌ର ୩୨ତମ ଅଧିଷ୍ଠାନ ସମାରୋହ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ଇନରହ୍ଵିଲ କ୍ଲବ ଅଫ ବରଗଡ଼ର ୩୨ତମ ପ୍ରତିଷ୍ଠା ଦିବସ ଏବଂ ଶପଥବିଧି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦୀପ ପ୍ରଜ୍ୱଳନ ଏବଂ ମନ୍ତ୍ରୋଚାର ସହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ କ୍ଲବର ପୂର୍ବତନ ଡିଷ୍ଟ୍ରିକ୍ଟ ଚ୍ୟାୟାରମ୍ୟାନ୍‌ ମମତା ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ଅଧିବେଶନ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ୧୯୨୪ ମସିହାରେ ମହିଳା ସଶକ୍ତିକରଣ ମାଧ୍ୟମରେ ସେବା କାର୍ଯ୍ୟକୁ ଆଗେଇ ନେବା ଉଦ୍ଦେଶ୍ୟ ନେଇ ଇନରହ୍ଵିଲ କ୍ଲବ ପ୍ରତିଷ୍ଠା କରାଯାଇଥିଲା ବୋଲି ଶ୍ରୀମତୀ ପୁରୋହିତ ପରିପ୍ରକାଶ କରିଥିଲେ । ଏହି ସମାରୋହରେ କ୍ଲବର ନୂତନ ସଭାପତି ଭାବରେ ରିତୁ ସାନନ, ଉପାଧ୍ୟକ୍ଷା ଅନୁପମା ଅଗ୍ରୱାଲ, ସମ୍ପାଦକ ଜୟନ୍ତୀ ବେହେରା, କୋଷାଧ୍ୟକ୍ଷ ଆଶିମା ବିସୋଇ, ସହ-ସଚିବ ନିବେଦିତା ପୂଜାରୀ, ଆଇଏସ୍‌ଓ ପୂଜା ଅଗ୍ରୱାଲ, ସମ୍ପାଦକ ସୁପ୍ରଭା ସାମଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପୂର୍ବ ଅଧ୍ୟକ୍ଷା ପ୍ରତୀଭା ବାରିକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଦୁଇ ନୂତନ ସଦସ୍ୟ ଜ୍ୟୋତିଲୀନା ପଣ୍ଡା ଏବଂ ପ୍ରତୀଭା ମହାନ୍ତି କ୍ଲବରେ ଯୋଗ ଦେଇଥିଲେ ଏବଂ +୩ରେ ପାଠ ପଢୁଥିବା ଅଭାବୀ ଛାତ୍ରୀ ଲିଲି ଲୁହାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମସ୍ତ ପୂର୍ବ ଅଧ୍ୟକ୍ଷା ଏବଂ କ୍ଲବ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ । ନୂତନ ଅଧ୍ୟକ୍ଷା ରିତୁ ସାନନ ତାଙ୍କୁ ଆଗାମୀ ସତ୍ର ଅଧ୍ୟକ୍ଷା ମନୋନୀତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ କ୍ଲବ ଦ୍ୱାରା କରାଯାଇଥିବା ସେବା କାର୍ଯ୍ୟ ଏବଂ ଆଗାମୀ ପ୍ରକଳ୍ପଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.