ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଗତକାଲି ରୋତ୍ ଗୁଡିର ପରିଚାଳନାରେ କଲ୍ୟାଣ ମଣ୍ଡପ ଠାରେ ବଲାଙ୍ଗିର ଜିଲ୍ଲା ୮୪ ଘର୍ ଅଘରିଆ ସମାଜର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରେ ସମାଜର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିବାହ ଓ ସାମାଜିକ କାର୍ୟ୍ୟରେ କୋରନ କଟକଣାକୁ ମାନି ଚଳିବାକୁ ଜିଲ୍ଲା ସଭାପତି ହରିଶଙ୍କର ସାଏ ଅନୁରୋଧ କରିଥିଲେ । ଏହି ସଭାରେ ଫଟକରା ଗ୍ରାମର ଅବସର ପ୍ରାପ୍ତ ଡ଼ିଇଓ ମନୋହର ନାଏକଙ୍କୁ ନୂତନ ଉପଦେଷ୍ଟା ଭାବେ ସପଥ ପାଠ କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲାର ବହୁ ପ୍ରତିନିଧି ଯୋଗଦାନ କରିଥିଲେ ।

Leave A Reply

Your email address will not be published.