ବାଲ୍ୟ ବିବାହ ବନ୍ଦ ନେଇ ମହିଳା ମାନଙ୍କ ତରଫରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ କଣ୍ଟାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୀଜପଦରରେ ବାଲ୍ୟ ବିବାହ ବନ୍ଦ ନେଇ ଲୋକଙ୍କୁ ସତର୍କ କରେଇବା ପାଇଁ ମହିଳା ମାନଙ୍କ ତରଫରୁ ଶପଥ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ସୁରକ୍ଷା ଅଧିକାରୀଣୀ ଶ୍ରୀମତୀ ସବିତା ଦୋରାଙ୍କ ଯୋଗ ଦେଇଥିବା ଜଣାପଡିଛି । ଗାଁର ମହିଳା ମାନଙ୍କୁ ନେଇ ଏହି ଶପଥ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିକାଲି କିଛି ବାପା ମା’ ମାନେ ନିଜ ଝିଅ ମାନଙ୍କୁ କମ୍ ବୟସରୁ ଉଚ୍ଚ ଶିକ୍ଷା ବଦଳରେ ବିବାହ ବନ୍ଧନରେ ବାନ୍ଧି ଦେଉଛନ୍ତି, ଯାହାକି ତାହା ଏକ ଜଘନ୍ୟ ଅପରାଧ ବୋଲି କୁହାଯାଇପାରେ । ଯେପରି ପୁଅ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଅନୁମତି ଦିଆଯାଉଛି, ସେପରି ଝିଅ ମାନେ ବି ସେତିକି ପାଠ ପଢିବାର ଅଧିକାର ଅଛି । ଆଜିକାଲି ତ ପୂର୍ବ ଅପେକ୍ଷା ଝିଅ ମାନେ ବିଭିନ୍ନ ସ୍ଥାନରେ ପୁଅମାନଙ୍କୁ ପଛରେ ପକାଇ ଆଗକୁ ବଢ଼ି ବାପା ମା’ ଓ ଦେଶ ପାଇଁ ଗୈାରବ ଆଣୁଛନ୍ତି । ତାହାଲେ ତାଙ୍କୁ କାହିଁକି ସେତିକି ଅଧିକାର ଦେବା ନାହିଁ, ଯେତିକି ପିଲା ମାନଙ୍କୁ ଦିଆଯାଇଛି ବୋଲି ଆଲୋଚନା ହୋଇଥିଲା ।

Leave A Reply

Your email address will not be published.