ବରଗଡ, (ମୁନ୍ନା ସାହୁ ) : ବିଶ୍ୱ ପଖାଳ ଦିବସରେ ବରଗଡ଼ର ଗାନ୍ଧିଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପୁରାତନ ସାମଗ୍ରୀର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ପୂର୍ବତନ ସାଂସଦ ପ୍ରଭାସ ସିଂ ଯୋଗଦାନ କରି ଫିତା କାଟି କାର୍ଯ୍ୟକ୍ରମକୁ ଉତଘାଟନ କରିଥିଲେ । ପୁରାତନ ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା । ଭୁତ ନାଚ, ପୁରାତନ ସମୟରେ ବ୍ୟବହାର କରାଯାଉଥିବା ଖେଳଣା, କାଜଲ, ବାଦ୍ୟ, ମହୁରୀ ସହ ଅନେକ ସାମଗ୍ରୀ ରହିଥିଲା । ତେବେ ଓଡିଶାରୁ ପ୍ରାୟ ୯୯ ପ୍ରତିଶତ ସାମଗ୍ରୀ ସଂଗ୍ରହ କରାଯାଇଥିବା ଡ. ସତ୍ୟକେତନ ମହାନ୍ତି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହା ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
Prev Post