ପ୍ରଭାବତୀ ପବ୍ଲିକ୍ ସ୍କୁଲ୍ ତରଫରୁ ଜୁନିଅର୍ ୱିଙ୍ଗସ ଠାରେ ପେରେଣ୍ଟସ୍ ଓରିଏଣ୍ଟେସନ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ୍ ସ୍କୁଲ୍ ତରଫରୁ ଶନିବାର ସନ୍ଧ୍ୟାରେ ଜୁନିଅର୍ ୱିଙ୍ଗସ ଠାରେ ପେରେଣ୍ଟସ୍ ଓରିଏଣ୍ଟେସନ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍କୁଲ ଶିକ୍ଷୟିତ୍ରୀମାନେ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ଏଵଂ ଅଭିଭାବକମାନଙ୍କୁ ଟିକା ଚନ୍ଦନ ଲଗାଇ ସ୍ଵାଗତ ଜଣାଇଥିଲେ । ଏହି ଅବସରରେ ଅତିଥି ଭାବେ ସ୍କୁଲ କମିଟି ମେମ୍ବର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନିଗ୍ଧା ମହାନ୍ତି , ତ୍ରୀନାଥ ସରାଫ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଭାଇସ ପ୍ରିନ୍ସିପାଲ ପୀତାମ୍ବର ଶର୍ମା, ଡାଇରେକ୍ଟର ଏଡମିନ ଧରିତ୍ରୀ ମହାନ୍ତି, ସ୍କୁଲ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁପମା ବେହେରା ଭଗବାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରେ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ପିତାମାତା ତଥା ପରୀକ୍ଷାର୍ଥୀମାନଙ୍କୁ ଆଗାମି ଯୁକ୍ତ ଦୁଇ ପାଠ୍ୟକ୍ରମ ପୂର୍ବରୁ ବ୍ରିଜ କୋର୍ସ କଣ ? ସେ ବିଷୟରେ ବୁଝାଇବା ସହ ଯୁକ୍ତ ଦୁଇ ପାଇଁ କେଉଁ ଵିଭାଗକୁ ଚୟନ କରିବେ ? ଯେମିତିକି ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ କ’ଣ କ’ଣ ପଢିବାକୁ ପଡ଼ିବ ସେ ବିଷୟରେ ମଧ୍ୟ ବୁଝାଇବା ସହ କେଉଁ ପାଠ୍ୟକ୍ରମ ଚୟନ କରିବେ ସେ ବିଷୟରେ ଅଭିଭାବକ ତଥା ଛାତ୍ର ଛାତ୍ରୀଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅବଗତ କରାଇଥିଲେ । ସେହିପରି କିଏ କେଉଁ ଵିଭାଗ ନେଇ ପାଠ ପଢିଲେ ଭଲ ପ୍ରଦର୍ଶନ କରି ପାରିବେ ସେ ନେଇ ତିନି ବିଭାଗର ଅଧ୍ୟାପକ ମାନେ ବିସ୍ତୃତ ଭାବେ ବୁଝାଇଥିଲେ । ପ୍ରଭାବତୀ ପବ୍ଲିକ ସ୍କୁଲରେ କ’ଣ କ’ଣ ସୁବିଧା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କିଭଳି ଶିକ୍ଷାଦାନ କରାଯାଉଛି ସେ ବିଷୟରେ ମଧ୍ୟ ଉପସ୍ଥିତ ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସୁରେନ୍ଦ୍ର ଦାସ, ବିଜ୍ଞାନ ବିଭାଗର ରବି ଯାଦବ, କଳା ବିଭାଗର ତୁଷାର ଦାସ, ବାଣିଜ୍ୟ ବିଭାଗର ଆଶୀଷ ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।