ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଦାଇପାଲିରେ ୮ମ ଏମ.ସି.ଏମ, କ୍ଲଷ୍ଟର ସିଆରସିସି ନିରାକାର ସାଏଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ସ୍କୁଲ ଭା.ପ୍ରା.ପ୍ର.ଶି. ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ର, ରାଧାରମଣ ବିଦ୍ୟାଳୟ ଭା.ପ୍ରା ପ୍ର.ଶି. ପ୍ରଜ୍ଞା ପରିମିତା ବହିଦାର ମାଧିଆପାଲି ଭା.ପ୍ରା.ପ୍ର.ଶି. ଲୀଳାବତୀ ମିଶ୍ର ଏବଂ ସିଆରସିସି ନିରାକାର ସାଏ ମଞ୍ଚାସୀନ ହୋଇଥିଲେ । କ୍ଲଷ୍ଟର ସ୍ଥିତ ପ୍ରତ୍ୟେକ ବିଦ୍ୟାଳୟର ଏଫ.ଏଲ.ଏନ୍. ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ । ସଭାଟିରେ ଶିକ୍ଷଣ ପେଡି ଯାଦୁଇ ପିଟାରା ଓ ପଞ୍ଚମ /ଅଷ୍ଟମ ବୋର୍ଡ ପରୀକ୍ଷା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବଲାଙ୍ଗିର ବ୍ଲକ୍ ଏ.ବି.ଇ.ଓ ଶ୍ରୀମତୀ ସନ୍ଧ୍ୟାରାଣୀ ଧରୁଆ ମହାଶୟା ସଭାଟିରେ ଉପସ୍ଥିତ ରହି ଆଲୋଚିତ ବିଷୟ ବସ୍ତୁ ସବୁ ପ୍ରତ୍ୟେକ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପହଞ୍ଚାଇବା ପାଇଁ ଅନୁରୋଧ ରଖିଥିଲେ । ସୁନ୍ଦର ଭାବରେ ସଭାକାର୍ଯ୍ୟ ବା ଶିକ୍ଷଣ ଶିବିରଟିର ଉଦ୍ଦେଶ୍ୟ ସାଧିତ ହୋଇଥିଲା । ସଭାଶେଷରେ ଗନ୍ଧରେଲ ପ୍ରାଇମେରୀ ବିଦ୍ୟାଳୟର ଶ୍ରୀମତୀ ଶୀତଳା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସିଆରସିସି ଶ୍ରୀଯୁକ୍ତ ସାଏ ସଭାସାଙ୍ଗ ଘୋଷଣା କରିଥିଲେ ।