ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଫାଲଗୁନ ମାସ କୃଷ୍ଣପକ୍ଷ ରବିବାର ସପ୍ତମୀ ତିଥିରେ ମାନସ ବିହାର ରୁଗୁଡ଼ିଖାଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବକୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ମୁରଲୀ ପଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ କ୍ୟାବିନେଟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ନଅଗାଁ (ଖ) ସରପଞ୍ଚ ବୃନ୍ଦାବନ ସେଠ, ବୁଢୀପଦର ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଓ ମୁଖ୍ୟବକ୍ତା ଭାବେ ଯୋଗେନ୍ଦ୍ର ଦାଶ ପ୍ରାନ୍ତ ସମ୍ପାଦକ ବିଶ୍ୱହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ଏବଂ ସମ୍ପାଦକ ଭବାନୀ ଶଙ୍କର ପଟ୍ଟନାୟକ ଓ ପ୍ରଧାନ ଆଚାର୍ଯ୍ୟ ଦେବଯାନୀ ସାହୁ ମଂଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥିଙ୍କ ଦ୍ୱାରା ସାମୂହିକ ଦୀପଜାଳି କାର୍ଯ୍ୟକ୍ରମକୁ ଆଗକୁ ନିଆଯାଇଥିଲା । ଡ. ମୁକେଶ ମହାଲିଙ୍ଗ ଆଗାମୀ ସମୟରେ ଏହି ସରସ୍ୱତୀ ଶିଶୁ ମନ୍ଦିରରେ ସ୍ଥାୟୀ ବାଡା, ଶ୍ରେଣୀ କୋଠରୀ ଓ ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ କାମ କରିବାକୁ ଉକ୍ତ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ ଓ ଏ ସଂକ୍ରାନ୍ତରେ ନିଜେ ଏବଂ ଉଭୟ ସରପଞ୍ଚମାନଙ୍କୁ ଦାଇତ୍ୱ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଦାଶ ମନୁଷ୍ୟ ଜୀବନ ଚକ୍ର ତଥା ସଂସ୍କାର ଉପରେ ବିଷଦ ଭାବେ ଆଲୋକ ପାତ କରିଥିଲେ । କୃତି ଛାତ୍ର/ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଘମିତ୍ରା ମଲ୍ଲିକ ଓ ଶ୍ରୀବତ୍ସ ପଧାନ ପରିଚାଳନା କରିଥିବା ବେଳେ ପରିଚାଳନା ସମିତି ଅନ୍ୟାନ ସଦସ୍ୟ, ମାତୃମଣ୍ଡଳ, ସମସ୍ତ ଗୁରୁଜୀ ଗୁରୁମା ସେବକ, ସେବିକା ଏବଂ ଅବିଭାବକ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାମନ୍ଦିରର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.