ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ରବିବାର ଦିନ ସକାଳ ୧୦:୦୦ ଘଣ୍ଟା ସମୟରେ ଡେବିରିମୁଣ୍ଡା ଗ୍ରାମ ଆମ୍ବ ବଗିଚାଠାରେ ହଳନଭଟା ଗ୍ରାମପଞ୍ଚାୟତ ସ୍ତରୀୟ ବିଶ୍ୱହରି ରାଜମିସ୍ତ୍ରୀ ସଂଘ ତରଫରୁ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସଂଘର ସଭାପତି କୁଶ ଶବର ସଭା ପରିଚାଳନା କରିଥିଲେ । ସମ୍ପାଦକ ଗୋପୀ ମାଝୀ, ସଦସ୍ୟ ଡୋଳାମଣି ଭୁଏ, ବରୁଣ ମାଝୀ, ଟିକେମଣି କାଣ୍ଡ, ମକରଧ୍ଵଜ ଧରୁଆ, ନିରାକାର ମାଝୀ, ସନକ ପରାଭୂଏ ଦେବରାଜ ମାଝୀ, କାର୍ତ୍ତିକ ମାଝୀ, ଦୟାସାଗର ମେହେର, ଭୋଳାରାମ ବଛା, ଅନ୍ତର୍ଯ୍ୟାମୀ ହଂସ, ରତ୍ନା ହାତୀ, ଡମ୍ବରୁଧର ବାଗ, ନରେନ୍ଦ୍ର ବାଗ, ରମେଶ ଶବର, କୃଷ୍ଣ ଶବର, ଅଶୋକ ସେଠ, ଧ୍ୱଜରାଜ ନାଗ ଓ ହଳନଭଟା ଗ୍ରାମପଞ୍ଚାୟତର ସମସ୍ତ ରାଜମିସ୍ତ୍ରୀ ଉପସ୍ଥିତ ଥିଲେ ଏବଂ ସମାଜସେବୀ ତଥା ସଂଘ ପ୍ରତିଷ୍ଠିତା ଡୋଳାମଣି ବାଗ ଉପସ୍ଥିତ ଥିଲେ । ସମ୍ମିଳନୀରେ ରାଜମିସ୍ତ୍ରୀଙ୍କ ପାଇଁ ସରକାରୀ ସୁବିଧା ଆସୁଥିବା ବିଭିନ୍ନ ଯୋଜନା ଓ ଜୀବନବୀମା, ସଂଘ ଆଗକୁ କେମିତି ମଜବୁତ ହେବ, କେମିତି ତା’ର ସରକାରୀ ସୁବିଧା ଉପଯୋଗୀ ହୋଇପାରିବ, ସମାଜ ସେବା କରିବା ଉପରେ ଡୋଳାମଣି ବାଗ ଆଲୋଚନା କରିଥିଲେ । ପ୍ରଥମେ ସମାଜ ସେବା, ରୋଗୀ/ବୃଦ୍ଧା ସେବା, ଗାଁ ପରିମଳ କାର୍ଯ୍ୟ କରିବା ପାଇଁ ନିଷ୍ପତି ନିଆଯାଇଛି । ସଂଘର ଏକ ସଦସ୍ୟ ହଳନଭଟା ଗ୍ରାମର ପଦ୍ମନ ମାଝୀଙ୍କ ଦେହ ଅସୁସ୍ଥ ଥିବାରୁ, ସାକ୍ଷାତ କରିବା ପାଇଁ ସଂଘର ସମସ୍ତ ସଦସ୍ୟ ତାଙ୍କ ଘରକୁ ଯାଇଥିଲେ ଓ ତାଙ୍କ ସପରିବାରକୁ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.