ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଡୋଲ୍ ଗ୍ରାମ ପଞ୍ଚାୟତର ଦକ୍ଷିଣପାଲି ଠାରେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଶୁଭାରମ୍ଭ କରିଥିଲେ । ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଆମ ଦେଶର ଜାତୀୟ ଖେଳ ହକିର ବିକାଶ ଓ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଏହି ଛୋଟ ଗାଁ ଦକ୍ଷିଣପାଲି ଏବଂ ଅଞ୍ଚଳର ଜନସାଧାରଣଙ୍କ ହକି ଖେଳ ପ୍ରତି ଥିବା ଅନୁରକ୍ତି ଓ ପ୍ରୟାସକୁ ଜିଲ୍ଲାପାଳ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଅଞ୍ଚଳର ଯୁବକ ଯୁବତୀ, ଛାତ୍ରୀଛାତ୍ରୀ ଓ ଖେଳାଳୀମାନଙ୍କୁ ବହୁ ସଂଖ୍ୟାରେ ହକି ଖେଳ ପ୍ରତି ଆକର୍ଷିତ ହୋଇ ହକି ଖେଳ ଖେଳିବା ପାଇଁ ଆହ୍ୱାନ କରିଥିଲେ । ଏହି ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚରେ ୨ ଗୋଟି ପୁରୁଷ ହକି ଦଳ ଓ ୨ ଗୋଟି ମହିଳା ହକି ଦଳ ଅଂଶ ଗ୍ରହଣ କରିଥିଲେ । ଏଠାରେ ସିଣ୍ଡୋଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ଦେହୁରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜିବୀ ତଥା ଜନସାଧାରଣ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର କ୍ରୀଡ଼ା ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ରାମ କୁମାର ସାହୁ (ହକି ଦଳର ପରିଚାଳକ) ଉପରୋକ୍ତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଆୟୋଜନ ଓ ସଭା ସଂଯୋଜନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.