ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଆର୍ଥିକ ବର୍ଷ ୨୦୨୬/୨୭ ପାଇଁ ଗ୍ରାମ ପଞ୍ଚାୟତ ଉନ୍ନୟନ ଖସଡ଼ା (ଜିପିଡିପି) ପ୍ରସ୍ତୁତ ଅନ୍ତର୍ଗତ ସ୍ୱତନ୍ତ୍ର ଗ୍ରାମସଭା କରାଯାଇଛି । ଏଥିରେ କପିଲାଭଟା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜ୍ଞାନ ମେହେରଙ୍କ ସଭାପତିତ୍ୱରେ ନାଏବ ସରପଞ୍ଚ ଝସକେତନ ସାହୁ, ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଯୁବନେତା ତେଜରାଜ୍ ଭୋଇ, ଧର୍ମେନ୍ଦ୍ର ଦାସ, ଜିଓଟେଗ ସୁଭାକର ନାଗ ପ୍ରମୁଖ ସାମିଲ ହୋଇଥିଲେ । ପଞ୍ଚାୟତର ବିଭିନ୍ନ ଗାଁ ର ଉନ୍ନତି ପାଇଁ ଗ୍ରାମ ପଞ୍ଚାୟତ ଉନ୍ନୟନ ଖସଡ଼ା କରାଯାଇଛି । ଏଥିରେ ପଞ୍ଚାୟତର ବିଭିନ୍ନ ଗାଁର ୱାର୍ଡ ସଭ୍ୟ ସଭ୍ୟାମାନେ ସାମିଲ ହୋଇଥିଲେ ।