ରାଉରକେଲା ସ୍କୁଲ ଚେସ୍ ଚମ୍ପିୟାନସିପ ୨୦୨୫ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ଚେସ୍ ଦିବସ ଉପଲକ୍ଷେ ଛେଣ୍ଡ ଠାରେ ପ୍ରଥମ ସିଏସ୍ ଚେସ୍ ସେଣ୍ଟର୍ ତରଫରୁ ଦ୍ୱିଦିବସୀୟ ରାଉରକେଲା ଷ୍ଟିଲ ସିଟି ସ୍କୁଲ୍ ଚେସ୍ ଚମ୍ପିୟାନସିପ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ରେଟେଡ ଚେସ୍ ଖେଳାଳୀ, କୋଚ୍, ସଂଗଠକ ତଥା ବିଚାରକ ଅନୁଷ୍ଠାନର ଏସ୍‌ଏନ୍‌ଏ ଚନ୍ଦ୍ରଶେଖର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଚମ୍ପିୟାନସିପରେ ରାଉରକେଲା ସମେତ ରାଜ୍ୟର ବିଭନ୍ନ ଅଞ୍ଚଳର ୨୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ୧୫୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବା ପାଇଁ ସଫଳ ହୋଇଥିଲେ । ପ୍ରତ୍ୟେକ ଖେଳାଳୀ ୭ ରାଉଣ୍ଡ ଚେସ୍ ଖେଳିଥିଲେ । ଏହି ଚମ୍ପିୟାନସିପରେ ଯୋଗ୍ୟତା ଓ ଫଳାଫଳ ଭିତ୍ତିରେ ୧୫ ଜଣ ଖେଳାଳିଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ୧୦୮ ଜଣ ଖେଳାଳିଙ୍କୁ ସ୍ୱୀକୃତି ସ୍ଵରୂପ ଟ୍ରଫି ପ୍ରଦାନ କରାଯାଇଥିଲା । ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍‌ର ସହଭାଗିତା ଓ ଡିଏସ୍‌ୱାଇଏସ୍‌ର ସହଯୋଗରେ ହୋଇଥିବା ଏହି ଦ୍ୱିଦିବସୀୟ ପ୍ରତିଯୋଗିତାରେ ଅତିଥି ଭାବେ ଏନ୍ଆଇଟିର ପ୍ରଫେସର ବିବିଭିଏଲ୍, ଶିକ୍ଷୟିତ୍ରୀ ଦୀପିକା ଦେ, ଡାକ୍ତର ଅନ୍ୱେଷ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମ ପାଇଁ ସାଧୁବାଦ୍ ଦେବା ସହ ଚେସ୍ ଖେଳପ୍ରତି ପ୍ରତିଯୋଗୀଙ୍କୁ ମନଯୋଗୀ କରିବା ପାଇଁ ଶ୍ରେଷ୍ଠ ଉଦ୍ୟମ ବୋଲି ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମମତାରାଣୀ ପଣ୍ଡା,ଏଫ୍‌ଏ ଅଭିଷେକ ଆଚାର୍ଯ୍ୟ, ଏସ୍‌ଏନ୍‌ଏ ସତ୍ୟଜିତ ବାରିକ, ଦୀନେଶ ବେହେରା, ମୌନାବତୀ ତନ୍ତୀ, ଏନ୍‌ଏ ଗୁରୁନାଥ ପ୍ରଧାନ ଓ ଲିଲି ମାକ୍ସିମା ମିଞ୍ଜ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ରାଉରକେଲାରେ ଏପରି ଏକ ରାଜ୍ୟସ୍ତରୀୟ ଚେସ୍ ଚମ୍ପିୟାନସିପକୁ ନେଇ ଚେସ୍ ଖେଳାଳୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଆୟୋଜକ ଶ୍ରୀ ପଣ୍ଡା ଚମ୍ପିୟାନସିପର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.