ଗୁରୁଣ୍ଡା ଗ୍ରାମରେ ଅନୁଷ୍ଠିତ ବ୍ଲକସ୍ତରୀୟ ତୈଳିକ ବୈଶ୍ୟ ସମାଜର ବିରାଟ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଖେଳପଡିଆଠାରେ ରବିବାର ବ୍ଳକସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମାଜର ନାଏକ ଲିଙ୍ଗରାଜ ସାହୁ ଓ ଚିନ୍ମୟ ସାହୁଙ୍କ ଦ୍ଵାରା ଇଷ୍ଟଦେବୀ ରାତମେ ଧନମେଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ସମାଜର ବ୍ଲକ ସହସମ୍ପାଦକ ପଦ୍ମନାଭ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ମୁରିବାହାଲ ବ୍ଲକ କମିଟି ସଭାପତି ଲୋକନାଥ ସାହୁଙ୍କ ସଭାପତିତ୍ୱରେ ତଥା ଉପସଭାପତି ଗିରିଧାରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ତୈଳିକ ସାହୁ ସମାଜ ଭବନ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ଦେବା ପାଇଁ ଘୋଷଣା କରିବା ସହ ସବୁ ସମୟରେ ସାହୁ ସମାଜ ସାଙ୍ଗରେ ଜଡ଼ିତ ଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥିରେ ବ୍ଳକ ସମ୍ପାଦକ ବାସୁଦେବ ସାହୁ, ଉପସଭାପତି ପୁରିତ ସାହୁ, ଭଜରାମ ସାହୁ, ଟିଟିଲାଗଡ଼ ବ୍ଳକ ସଭାପତି ଅଭୟ ସାହୁ, ନୂଆପଡା ଜିଲ୍ଲା ସଭାପତି ରାମରତନ ସାହୁ, ବଙ୍ଗୋମୁଣ୍ଡା ବ୍ଳକ ସଭାପତି ଗଣେଶ ସାହୁ, ତେଲି ସମାଜ ବିରିପାଲି ମନ୍ଦିର କମିଟି ସଭାପତି କୃତିବାସ ସାହୁ, ଭାଗିରଥି ସାହୁ, ପିଲାବାବୁ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଲୋଇସିଂହା କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚରଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜର ଉନ୍ନତି ତଥା ରୀତିନୀତି ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ସଂଚାର ବାୟକ ଭାଗିରଥି ସାହୁ ତାଙ୍କର ସହଯୋଗୀଙ୍କୁ ନେଇ ସମାଜର ପ୍ରଥା ଓ ପରମ୍ପରା ଉପରେ ସଂଚାର ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଅଇଁଠୁ ସାହୁ, ହିରାଲାଳ ସାହୁ, ଯୁବରାଜ ସାହୁ, ନାର୍ନ ସାହୁ, କାନ୍ଥ ସାହୁ, ରୋହିତ ସାହୁ, ଗୌତମ ସାହୁ, ନାରାୟଣ ସାହୁ, କାଳିନ୍ଦୀ ଚରଣ ସାହୁ, ଚୈତନ୍ୟ ସାହୁ, ବିଷ୍ଣୁ ସାହୁ, ତପି ସାହୁ, ବାଲି ସାହୁ, ଘାସିରାମ ସାହୁ, ରୋହିତ ସାହୁଙ୍କ ସହ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ସମାଜର ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଶାନ୍ତାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.