oom

ଟାଇକଣ୍ଡୋ ବେଲ୍ଟ ପ୍ରମୋସନ ଟେଷ୍ଟ ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଟାଇକଣ୍ଡୋ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ତଥା ଆନ୍ତର୍ଜାତୀୟ ଟାଇକଣ୍ଡୋ ମାଷ୍ଟର ମନମୋହନ ଭଞ୍ଜ ପରୀକ୍ଷକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସଂପାଦକ ତଥା କୋଚ୍‌ ଅସୀମ କୁମାର ଭୋଇ ସହଯୋଗ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ ସାହୁ ଯୋଗଦେଇ ବିଗତ ଦିନରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବଲାଙ୍ଗିର ମାଟିକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିଥିବାରୁ ଏହି ଟାଇକଣ୍ଡୋ ସଂଘକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ବେଲ୍ଟ ଟେଷ୍ଟ ପରୀକ୍ଷାରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.