oom

ଭଟାପାଣି ସିଆର୍‌ପିଏଫ୍‌ ୧୯ ବାଟାଲିୟନର ସିଭିଲ୍‌ ସର୍ଭିସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲ ବୋର୍ଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଭଟାପାଣି ଗ୍ରାମଠାରେ ନୂତନ ଭାବେ ଗଠିତ ହୋଇଥିବା ସିଆର୍‌ପିଏଫ୍‌ ୧୯ ବାଟାଲିୟନ ତଫରୁ ଆଜି ଗ୍ରାମପଞ୍ଚାୟତ ଅଧୀନରେ ଥିବା ସମସ୍ତ ଗ୍ରାମର ଗରିବ ନିରୀହ ଲୋକଙ୍କୁ କମ୍ବଳ ବଣ୍ଟନ କରିବା ସହ ଯୁବକମାନଙ୍କୁ ଭଳିବଲ, ଫୁଟବଲ ନେଟ ଏମିତି ଅନେକ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସୂଚନା ଅନୁଯାୟୀ ସିନାପାଲି ବ୍ଲକ ଅଧୀନରେ ଥିବା ନଙ୍ଗଲବୋର୍ଡ଼, ଘାଟମାଲ ଚିତାରମା, ତାଲାକୋଟ, ସର୍ଦ୍ଧାପୁର, କାଠିବାଡି, ଭଟାପାଣି ଏମିତି ଅନେକ ଗାଁ ଗୁଡ଼ିକ ରହିଛି ଯେଉଁ ଗାଁମାନେ ମାଓ ପ୍ରବଣ ଅଞ୍ଚଳରେ ପରିଚିତ ତାହାର ଗତି ବିଧିକୁକୁ ଅନୁସନ୍ଧାନ କରି ସେହି ସ୍ଥାନରେ ଏକ କେମ୍ପ୍ କରିବା ପାଇଁ ନିଷ୍ପତ୍ତି ହୋଇ ସଫଳ ମଧ୍ୟ ହୋଇସାରିଛି । କେମ୍ପ୍ ଅଧିକାରୀମାନେ ସିଭିଲ୍‌ ଆକ୍ସନ ପ୍ରୋଗ୍ରାମ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ତାଙ୍କ ସୁରକ୍ଷା ଓ ସହାୟତା ପାଇଁ ଏହି କେମ୍ପ୍ ହୋଇଛି ଓ ସିଭିଲ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍ ୧୯ର ଦ୍ୱିତୀୟ କମାଣ୍ଡେଣ୍ଟ ଅଧିକାରୀ ଡି.ଇ କିଣ୍ଡୋ, ଆସିଷ୍ଟାଣ୍ଟ କମାଣ୍ଡୋ ଜଗଦୀଶ ୟାଦବ, ଆସିଷ୍ଟାଣ୍ଟ କମାଣ୍ଡୋ ଦୀପକ କୁମାର ସିଂ, ଜଗଦୀଶ ମାଝୀ ସରପଞ୍ଚ ନଙ୍ଗଲବୋର୍ଡ଼, ଟେକରାମ ମାଝୀ ସରପଞ୍ଚ ଘାଟମାଲ, କଳିଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ସାହୁ ଏବଂ ଆଖ ପାଖ ଅଞ୍ଚଳର ଭଦ୍ରବ୍ୟକ୍ତି ପ୍ରତ୍ୟେକ ଗ୍ରାମର ସମସ୍ତ ମହିଳା, ପୁରୁଷ, ଯୁବକ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ । ୧୯ ସିଆର୍‌ପିଏଫ୍‌ର ଏଭଳି ପ୍ରାୟାସକୁ ଲୋକେ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.