oom

ବଲାଙ୍ଗିରରେ ନୂଆ-ଓ ଜିଲ୍ଲା ଉତ୍ସବ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନୂଆ-ଓ ଜିଲ୍ଲା ଉତ୍ସବ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ପାଇଁ ବଲାଙ୍ଗିର ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରୀଡା ଓ ସାଂସ୍କୃତିକ ବିକାଶ ନିମନ୍ତେ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବଲାଙ୍ଗିର ଯୁବକ ଯୁବତୀମାନଙ୍କର ଶିକ୍ଷା, କ୍ରୀଡା, ସାଂସ୍କୃତିକ ବିକାଶ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏକ ସଶକ୍ତ ବଲାଙ୍ଗିର ଗଠନରେ ଯୁବବର୍ଗଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ । ଯୁବ ସମୟ ଜୀବନର ସ୍ୱର୍ଣ୍ଣିମ ସମୟ । ଏହି ସମୟକୁ ସଦୁପଯୋଗ କରିବା ନିହାତି ଆବଶ୍ୟକ । ଯୁବବର୍ଗ କେବଳ ପାଠରେ ନୁହେ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ଦରକାର । ନୂଆ-ଓ ଯୁବବର୍ଗଙ୍କୁ ପ୍ଳାଟଫର୍ମ ଦେବା ସହ ସାମୂହିକ ବିକାଶ ଦିଗରେ ସାହାଯ୍ୟ କରୁଛି । ଏହା ସହ ସେ ପିଲାମାନଙ୍କୁ ଜିତିବା ଅପେକ୍ଷା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରିଥିଲେ । କେତେ ଜଣ ସଫଳ ହେବାକୁ ଚାହାନ୍ତି, କେତେ ଜଣ ଅତିକମ୍‌ରେ ଅଧ ଘଣ୍ଟା ଏକ୍ସର୍ସାଇଜ଼ କରନ୍ତି, କିଏ ଅତିକମ୍‌ରେ ୧୫ ମିନିଟ ଯୋଗ କରନ୍ତି, କିଏ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନିଅନ୍ତି, କେତେ ପିଲା ଦିନକୁ ୧୪ ଘଣ୍ଟା ପରିଶ୍ରମ କରନ୍ତି ଏବଂ ଗୁରୁଜନମାନଙ୍କୁ କେତେ ପିଲା ସମ୍ମାନ ଦିଅନ୍ତି ପ୍ରଶ୍ନ ପଚାରି, ଯୁବ ବର୍ଗ ଏହା କରିବାକୁ ଚେଷ୍ଟିତ ହେଲେ ସଫଳ ହେବେ ବୋଲି କହିଥିଲେ । ଉଦାହରଣ ଦେଇ ବଲାଙ୍ଗିରର ପାଟଣାଗଡ଼ରୁ ଯାଇ ସୁବ୍ରତ ବାଗଚି ଆଜି ବହୁତ ବଡ ଉଦ୍ୟୋଗୀ ହେବ ସହ ୨୦୦୦୦ରୁ ଅଧିକ ରୋଜଗାର ଦେଇଛନ୍ତି । ସୋନପୁରରୁ ନୀଳମାଧବ ପଣ୍ଡା ଚଳଚିତ୍ର ନିର୍ଦ୍ଦେଶକ ହେଇ ପଦ୍ମଶ୍ରୀ ପାଇଛନ୍ତି । ପାୟଲ ନାମ୍ନୀ ଜଣେ ତୀରନ୍ଦାଜିରେ ପାରାଅଲିମ୍ପିକ ପାଇଁ ଅଭ୍ୟାସ କରିବା, ତଥା ପୃଥୀରାଜ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏବଂ ଜଷ୍ଟିସ ସଞ୍ଜୟ ମିଶ୍ରଙ୍କ ପରି ସମସ୍ତଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାକୁ ପ୍ରେରିତ କରିଥିଲେ । ଆକାଶକୁ ହିଁ ସୀମା ଭାବି ସମସ୍ତେ ଉଚ୍ଚ ଚିନ୍ତା କରିବାକୁ କହିଥିଲେ । ଏହି ଉତ୍ସବରେ ବିଭିନ୍ନ ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ୱାରା ଷ୍ଟାଣ୍ଡ-ଅପ କମେଡି, ସଙ୍ଗୀତ, ନୃତ୍ୟ, ଆଦି କଳା ପରିବେଷଣ କରିଥିଲେ । ଜିଲ୍ଲାର ୧୦୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମାବେଶ ହେଇଥିବା ବେଳେ ସମସ୍ତେ ଏହି କାର୍ଯ୍ୟକ୍ରମର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମ ମାନସୀ ମିଶ୍ର ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.