ଛେଲିଆମାଲ ଶୈବପୀଠଠାରେ ମହାଆଡମ୍ବର ସହିତ ଜାଗର ଯାତ୍ରା ଓ ନାମଯଜ୍ଞ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପ୍ରତ୍ୟେକ ଶୈବପୀଠମାନଙ୍କରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ନିକଟସ୍ଥ ଗଞ୍ଜାଧାର ପ୍ରକଳ୍ପ ନିକଟରେ ଥିବା ଛେଲିଆମାଲ ଶୈବପୀଠଠାରେ ବହୁ ଆନନ୍ଦ ଉଲ୍ଲାସର ସହିତ ଏହି ଜାଗର ଯାତ୍ରା ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଜାଗର ଯାତ୍ରା ପାଇଁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଉପବାସ ରହି ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ନାମଯଜ୍ଞକୁ ଉପଭୋଗ କରିଥିଲେ । ତା’ ସହିତ ମୀନାବଜାର ଓ ଚଟ୍‌ପଟି ଖାଦ୍ୟର ମଜା ଉଠାଇଛନ୍ତି । ଏହି ଅବସରରେ କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଛି । ଏହି ଜାଗର ଯାତ୍ରାକୁ ପରିଚାଳନା କରୁଛନ୍ତି ସଭାପତି କପୂର୍ଚ୍ଚନ ଛତ୍ରୀଆ, ପରମେଶ୍ୱର ବିଶ୍ୱାଳ, ସେକ୍ରେଟାରୀ ଶ୍ୟାମସୁନ୍ଦର ମେହେର, ବାସୁଦେବ ବିଶ୍ୱାଳ, ପୂଜକ କଲାକାହ୍ନୁ ପାଣିଗ୍ରାହୀ, କର୍ତ୍ତା ହିସାବରେ ଡିଙ୍ଗର ମେହେର, ଅଚ୍ୟୁତ ବାରିହା, କମିଟି ମେମ୍ବର ଏବଂ ସ୍ଥାନୀୟ ଗ୍ରାମବାସୀମାନେ । ଯଜ୍ଞ ସାଜସଜ୍ଜା କରିଛନ୍ତି ଝାଂକ୍ରିପାଲି ଗ୍ରାମର ନୟନ ଟେଣ୍ଟ ହାଉସ ।

Leave A Reply

Your email address will not be published.