jayashree

ବୁଢିସିଣ୍ଢୋଲ ଗ୍ରାମରେ କଂସ ଦରବାର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁଢସିଣ୍ଢୋଲ ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ସରସ୍ୱତୀ ପୂଜା ଉପଲକ୍ଷେ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଆଖପାଖ ଅଂଚଳର ହଜାର ହଜାର ଲୋକଙ୍କ ଜନସମାଗମ ଦେଖିବାକୁ ମିଳୁଛି । ପ୍ରତ୍ୟହ ମୀନା ବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ମନୋରଂଜନ କାର୍ଯ୍ୟକ୍ରମ ଯଥା ଅପେରା ଏବଂ ନାଟକ ମଂଚସ୍ଥ କରଯାଉଛି । କର୍ମମୟ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଏହି କାର୍ଯ୍ୟକ୍ରମ ଲୋକଙ୍କୁ ଖୁସିର ଖୋରାକ ଯୋଗାଉଛି । ଲୋକେ ରାଜଦରବାରରେ ନାଚ, ଗୀତ, କଳା, କୌତୁକ ଦେଖାଇବା ଏବଂ ଦେଖିବା ସୁଯୋଗ ପାଉଛନ୍ତି ଓ ସାଧାରଣ ଜନତା ମଧ୍ୟ ଆମୋଦିତ ହେଉଛନ୍ତି । ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳା ସଂଗଠନ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣରେ ରଂଗ ମହଲ ଝଳସି ଉଠୁଛି । ପ୍ରତ୍ୟେକ ଦିନ କଂସ ଦରବାରରେ ନୂଆ ନୂଆ ଅତିଥି ଆସୁଛନ୍ତି । ଆଜି ଏହି କ୍ରମରେ କଂସ ଦରବାରରେ ରାଜକୀୟ ଅତିଥି ହିସାବରେ ରାଜ୍ୟର ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର(ବାବୁଲୁ)ଙ୍କ ସହ ଗତ ଜିଲ୍ଲା ପରିଷଦ ପ୍ରାର୍ଥୀ ଯୁବନେତା ଶୁଭ୍ରାଂଶୁ ଶେଖର ପଣ୍ଡା ଏବଂ ଲୋଇସିଂହା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଟଙ୍କଧର ଗଡତ୍ୟା ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହ ବର୍ତ୍ତମାନର ବିଜ୍ଞାନ ଯୁଗରେ ଏହିପରି କାର୍ଯ୍ୟକ୍ରମର ଆୟୋଜନ ଆମକୁ ଆମ କଳା, ସଂସ୍କୃତି, ପରଂପରା ତଥା ଆଧ୍ୟାତ୍ମିକତାକୁ ଉଜ୍ଜୀବିତ କରି ରଖେ ଏବଂ ସମାଜରେ ଏକତା, ସଂଘତି ବଜାୟ ରଖିବାର ବାର୍ତ୍ତା ଦିଏ ବୋଲି ମତ ଦେଇଥିଲେ । ସଭା ଆରମ୍ଭ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କଂସ ଦରବାରରେ କଂସ ଭୂମିକାରେ ଅନିଲ ନାଏକ ଅବତିର୍ଣ୍ଣ ହୋଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ କମିଟିର ଆବାହକ ବାବୁଲୁ କମ୍ପ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ଗାଈଗରିଆ, ସୁବାଷ ଭୋଇ, କୁନୁ ସେଠ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.