ହିନ୍ଦୀ ଭାଷା ବିକାଶ ପାଇଁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ହିନ୍ଦୀ ଭାଷାର ବିକାଶ ପାଇଁ ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ସନ୍ତୋଷ ଅଗ୍ରୱାଲାଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ ନାୟକ ସଭାପତିତ୍ୱ ଓ କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ବିଚାରକ ଭାବେ ସାମ୍ବାଦିକ ପବନ ଅଗ୍ରୱାଲା, ସମାଜସେବୀ ରୀନା ଗୋୟଲ ଓ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ମିଶ୍ର ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମକୁ ପୃଥ୍ୱୀରାଜ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଅମିତ ବାଗ ପରିଚାଳନା କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.