oom

ଆଗଲପୁର ମାହେଶ୍ୱରୀ ସଂଗଠନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଆଗଲପୁର ଶାଖାର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ନିମନ୍ତେ ପ୍ରଥମେ ମଶାଲ ଶୋଭାଯାତ୍ରାକୁ ଫାଣ୍ଡି ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ଓ ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶ ଅଂକୁଶ କୁମାର ପାଣ୍ଡିଆ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସନ୍ଧ୍ୟାରେ ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିିଂଗ, ଆଗଲପୁର ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଦାସ ଯୋଗଦେବା ସହ ମୁଖ୍ୟ ବକ୍ତା ଭାବେ ମନରଂଜନ ଯୋଶୀ, ସଂଗଠନର ମାର୍ଗଦର୍ଶକ ଆଗଲପୁର ବିଜ୍ଞାନ ମହାବିଦ୍ୟାଳୟର ପୂର୍ବ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓ, ଆଗଲପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୋହନ ପଟେଲ, ଯୁବନେତା ସମୀର ସିଂଦେଓ, ବିଜୟ ଦାସ, ଅଂକୁଶ ପାଣ୍ଡିଆ, ସଭାପତି ପ୍ରମୋଦ ସାହୁ, ସଂଯୋଜକ ସନ୍ୟାସୀ ମେହେର ଆଦି ମଂଚାସୀନ ଥିଲେ । ସମସ୍ତ ଅତିଥି ବୃନ୍ଦ ସଂଗଠନର କାର୍ଯ୍ୟ କରିବା ଶୈଳିକୁ ଭୂୟସୀ ପ୍ରଶଂସା କରିବା ସହ ସଂଗଠନର କର୍ମକର୍ତ୍ତାଗଣ ଏହିପରି ସମାଜସେବାରେ ନିୟୋଜିତ କରି ଅଗାମୀ ପିଢି ପାଇଁ ଉଦାହରଣ ହୋଇରହୁ । ଗତମାସ ଆଗଲପୁର ହାଇସ୍କୁଲରେ ଘଟିଥିବା ଜାଭ୍‌ଲିନ ଥ୍ରୋରେ ଆହତ ହୋଇଥିବା ସଦାନନ୍ଦ ମେହେରଙ୍କୁ ସାହସିକତା ପାଇଁ ଔପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ବେଣୁଧର ପଧାନ ଓ ଅନେକ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ମଂଚରେ ସମ୍ମାନିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଶାଖା ସଭାପତି ଶୋଭନ ଅଗ୍ରୱାଲ, ପାଟଣାଗଡ ସଭାପତି ନିରୋଜ ପଟେଲ, ବଲାଙ୍ଗିର ମହିଳା ଶାଖା ତଥା ଆଗଲପୁର ଶାଖାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପୂର୍ଣ୍ଣ ସହଯୋଗରେ ଉତ୍ସବଟି ବେଶ ଧୁମ୍‌ଧାମ୍‌ରେ ପାଳିତ ହୋଇଥିଲା । ଶ୍ରୀକାନ୍ତ ପଟେଲ ମଂଚ ପରିଚାଳନା କରିଥିବା ବେଳେ ଆଗଲପୁର ଶାଖା ସଭାପତି ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ରୁକୁ ସୁନା ଓ ଅର୍ଚ୍ଚନା ପାଢୀଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଦର୍ଶକ ବେଶ୍‌ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.