ତେନ୍ତୁଳିମୁଣ୍ଡାଠାରେ ୨୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗ୍ରାମଠାରେ ୨୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବେଲପଡା ବ୍ଲକ ୨୪ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ଜୟ ଧରୁଆ, ମଣ୍ଡଳ ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ ସେଟ, ତେନ୍ତୁଳିମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ବଛା ବଛା ଦଳ ଅଂଶଗ୍ରହଣ କରିଥିଲେ । ଶେଷ ଫାଇନାଲ୍ ମ୍ୟାଚ୍‌ରେ ଜାମବାହାଲ ଓ ଘସିଏନ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏଥିରେ ଘସିଏନ ଦଳ ବିଜୟ ଲାଭ କରି ବିଜୟର ସ୍ୱାଦ ଚାଖିଥିଲେ । ଖେଳାଳିମାନଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ ଓ ବିଜୟ ଲାଭ କରିଥିବା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.