oom

ବନାନୀ କବି ସମ୍ମିଳନୀ ଅନୁଷ୍ଠିତ

jsmm

କଳାହାଣ୍ଡି, (ହେମନ୍ତ ସାହୁ) : ପ୍ରକୃତିରୁ ସୃଷ୍ଟ ସାହିତ୍ୟ ଈଶ୍ୱରୀୟ ସତ୍ତାର ହିଁ ଉବାଚ । ନୀରବ ଓ ଆଲୋକର ପରିଧିରେ ସାହିତ୍ୟ ଖୋଜିଥାଏ ମାନବପ୍ରେମ । ସମାଜର ମେଘରେ ସାରସ୍ୱତ ସୃଷ୍ଟି ଇନ୍ଦ୍ରଧନୁ ହୋଇ ରହେ । କଳାହାଣ୍ଡି ଲେଖକ କଳା ପରିଷଦ, ଭବାନୀପାଟଣା ତରଫରୁ ଭବାନୀପୁର ସ୍ଥିତ ଆମ୍ରକୁଞ୍ଜରେ ଗୀତିକାର ଯୁଗଳ କିଶୋର ଯୋଷୀଙ୍କ ସ୍ମୃତିରେ ଅନୁଷ୍ଠିତ ‘ବନାନୀ କବି ସମ୍ମିଳନୀ’ ଅବସରରେ କବିଗଣ ଏଭଳି ମତବ୍ୟକ୍ତ କରିଥିଲେ । ୩୨ ବର୍ଷରୁ ଅଧିକ ହେବ ଇଂରାଜୀ ନବ ବର୍ଷ ଅବସରରେ ଆୟୋଜିତ ହେଉଥିବା ଏହି ସାରସ୍ୱତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ରାସବିହାରୀ ବେହେରା ପୌରାହିତ୍ୟ କରିଥିଲେ । ଅନୁଷ୍ଠାନର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଶୁଭେଚ୍ଛା ଓ ସମ୍ପାଦକ ଭବନାଥ ରାୟଗୁରୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରିଷଦ ପରିଚାଳିତ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ସାହିତ୍ୟ ପତ୍ରିକା ‘ସାଗର’ ଲୋକାର୍ପିତ ହୋଇଥିଲା । ଯୁଗଳ କିଶୋର ଯୋଷୀ ସମ୍ମାନ -୨୦୨୨ କବି ଭାରତ ମାଝୀଙ୍କୁ ଓ କବି ବ୍ରହ୍ମାନନ୍ଦ ସମଲଙ୍କୁ ଯୁଗଳ କିଶୋର ଯୋଷୀ ସମ୍ମାନ -୨୦୨୩ରେ ସମ୍ମାନିତ କରାଯାଇଥିଲା । କବି ହେମନ୍ତ ସାହୁଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଅର୍ଦ୍ଧଶତ କବି ସ୍ଵରଚିତ କବିତା ବୃତ୍ତି କରିଥିଲେ । ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଡ. ହରେକୃଷ୍ଣ ମେହେର, ଡ. ଦାଶରଥି ଆଚାର୍ଯ୍ୟ, ପ୍ରଭାସ ଚନ୍ଦ୍ର ମିଶ୍ର, ଡ. ତପନ ରଥ, ଅଶୋକ ପାତ୍ର, ସ୍ୱର୍ଣ୍ଣକାନ୍ତି ବୈକାର, ଦୀପ୍ତି ମୁଣ୍ଡ, ଆନନ୍ଦିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସୁରେନ୍ଦ୍ର ପ୍ରସାଦ ନେଗୀ, ଶୁଭେନ୍ଦୁ ମହାପାତ୍ର, ଗୋପାଳ ସାହୁ, ତାପସ ପଟେଲ, ସୌରଭ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.