
ପୁରୀ : ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ତୃତୀୟ ଅଲବ୍ରିଡ଼ ଓପନ ଡଗ୍ ସୋ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶୁଭ ଉଦ୍ଘାଟନ କରିଥିଲେ । ପ୍ରଶିକ୍ଷଣ ନେଇଥିବା କୁକୁରମାନେ ନିଜ ନିଜର ଦକ୍ଷତା ଅନୁସାରେ ବିଭିନ୍ନ କୌଶଳ ଦେଖାଇ ଲୋକଙ୍କୁ ବେଶ ଆକୃଷ୍ଟ କରିଛନ୍ତି । ଏହି ସୋ’ରେ ବିଭିନ୍ନ ସ୍ଥାନରୁ ପାଖା ପାଖି ୧୦୦ରୁ ଊର୍ଦ୍ଧ୍ୱ ଏବଂ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତିର କୁକୁର ଡଗ୍ ସୋ’ରେ ସାମିଲ ହୋଇଥିଲେ । କୁକୁର ହେଉଛି ବିଶ୍ୱସ୍ତ ପ୍ରାଣୀ । ପଶୁ ଓ ମନୁଷ୍ୟ ମଧ୍ୟରେ ଏହା ଏକ ସୁସମ୍ପର୍କ ଗଠନ କରିବା ସହ କୁକୁର ପ୍ରେମୀଙ୍କ ପାଇଁ ଏହା ନିଶ୍ଚୟ ଉତ୍ସାହ ଆଣିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଛନ୍ତି ।