jayashree

ଅମିନ ଚନ୍ଦ୍ର ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ବେରବୋଇ ଠାରେ ସ୍ପଷ୍ଟବାଦୀ ସଂଗ୍ରାମୀ ଆଦର୍ଶ ଶିକ୍ଷକ ଅମିନ ଚନ୍ଦ୍ର ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ପରିବାରବର୍ଗ, ଶିକ୍ଷକ ସମାଜ ଓ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତି ଏବଂ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ପ୍ରାକ୍ତନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରହଲ୍ଲାଦ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ପିପିଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପରିଡ଼ା, ଡେଲାଙ୍ଗ ଏବିଇଓ ଲକ୍ଷ୍ମଣ ପ୍ରଧାନ, ଶିକ୍ଷାବିତ୍ କୁନ୍ତଳା ବିଶ୍ଵାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ଚକ୍ରଧର ତ୍ରିପାଠୀ, ସମାଜସେବୀ ମହେଶ୍ୱର ହାତୀ, ଶିକ୍ଷକ ନେତା ରାମନାରାୟଣ ମିଶ୍ର, ମିଟୁ କିଶୋର ପ୍ରଧାନ, ପବିତ୍ର ଜେନା, ବରିଷ୍ଠ ପ୍ରଧାନ ଶିକ୍ଷକ ଅନନ୍ତ ସାହୁ, ଦିଗମ୍ବର ରଥ, ଗୋପାଳ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ଦାସ, ସନ୍ତୋଷ ମିଶ୍ର, ଛାଟୋଇ ମୋତିଲାଲ, ସୁରେନ୍ଦ୍ର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ମମତା ପଣ୍ଡା, ସିଆରସିସି ଅମରେନ୍ଦ୍ର ପ୍ରଧାନ, ଶିକ୍ଷକ ଅଭୟ ଚରଣ ସାହୁ ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ବିଶ୍ଵାଳଙ୍କ ସୁଦୃଷ୍ଟି, ସୁଦୃଢ଼ ବ୍ୟକ୍ତିତ୍ଵ, ସଂଘୀୟ ସୁନେତୃତ୍ୱ, ଦୃଢ ମନୋବଳ, ଉତ୍ତମ ବିଚାର, ସ୍ଵାଭିମାନୀ ଗୁଣ, ଶିକ୍ଷକ ସଂଗଠନ ଓ ସଂଘ ଘର ନିର୍ମାଣ ପାଇଁ ତାଙ୍କର ଅବଦାନ, ସୁଲିଖନ, ଛାତ୍ରବତ୍ସଳ ଗୁଣ ଭଳି ଅନେକ ଅଭୁଲା ଅତୀତର ଅନୁଭୂତିକୁ ମନେ ପକେଇ ଶିକ୍ଷକ ଏକତା ଶିକ୍ଷକଙ୍କ ମାନ ସମ୍ମାନ ବଜାୟ ରଖିବାକୁ ଆହ୍ୱାନ ଦେଇ ପରିବାରଙ୍କୁ ସମବେଦନା ଜଣାଇଥିଲେ । ସିଆରସି କ୍ଷେତ୍ରବାସୀ ଆଳୁକ ସମବେତ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ । ସ୍ଵର୍ଗତ ଆତ୍ମାର ମୋକ୍ଷ ପ୍ରାପ୍ତି ନିମନ୍ତେ ସଭାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସଭାରେ ତାଙ୍କ ଜୀବନୀ ଆଧାରିତ ‘ସଂଗ୍ରାମ ପଥେ ଅମିନ ସାର୍’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସମସ୍ତଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ପତ୍ନୀ ମନୋରମା ବିଶ୍ଵାଳ, ଜ୍ୟେଷ୍ଠ ଭାଇ ଅବସରପ୍ରାପ୍ତ ଶିକ୍ଷକ ଦିବାକର ବିଶ୍ଵାଳ, କନ୍ୟା ଟିକି, କୁନା, ନୀଳିମା, ଝିଆରୀ ଝରଣା, ପୁତୁରା ନିରଞ୍ଜନ ଓ ପରିବାର ସମ୍ପର୍କୀୟ ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ଶିକ୍ଷକ ଅଭୟ ଚରଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.