ସରପଞ୍ଚ ସଙ୍ଘର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସରପଞ୍ଚ ସଙ୍ଘର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଗତକାଲି ବହଳପଦର ଗ୍ରାମ ପଞ୍ଚାୟତ ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୁଇଁନ୍ତଲା ବ୍ଲକର ସାମୂହିକ ବିକାଶ ସହିତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କିପରି ଗୋଟିଏ ଗୋଟିଏ ଆର୍ଦଶ ଗ୍ରାମ ପଞ୍ଚାୟତରେ ପରିଗଣିତ ହେବ ତାହା ବୈଠକରେ ଆଲୋଚନା କରଯାଇଥିଲା ଓ ସରକାରଙ୍କ ୫ଟି ଯୋଜନା ଉପରେ ସମୀକ୍ଷା କରାଯାଇଥିଲା । ତା’ ସଙ୍ଗେ ସଙ୍ଗେ ବହଳପଦରର ଦମୟନ୍ତୀ ହାଇସ୍କୁଲରେ ୫ଟି ଯୋଜନା କାର୍ଯ୍ୟ ତଦାରଖ ନିମନ୍ତେ ସମସ୍ତ ସରପଞ୍ଚ ସଙ୍ଘ ପରିଦର୍ଶନ କରିଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ପୁଇଁନ୍ତଲା ବ୍ଲକ ଚେୟାରମ୍ୟାନ ସରୋଜ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସରପଞ୍ଚ ସଙ୍ଘର ଉପସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ପୁଇଁନ୍ତଲା ବ୍ଲକ ସରପଞ୍ଚ ସଙ୍ଘର ସଭାପତି ବିଷ୍ଣୁ ପଟେଲ ସଭା ପରିଚାଳନା କରିଥିଲେ । ସରପଞ୍ଚ ସଙ୍ଘର ସମସ୍ତ ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ । ଉକ୍ତ ସଭାର ଆୟୋଜକ ବହଳପଦର ସରପଞ୍ଚ ଅହୈତ କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.