oom

ବରଗଡ଼ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ୨୦୨୨ ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଛତ୍ରପତି ସାହୁ, ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ, ଶ୍ରୀମତୀ ଲଜିତା ପ୍ରଧାନ ଓ ଦିଲ୍ଲୀପ କୁମାର ମେହେର ଏବଂ ଶ୍ରୀମତୀ ରେଣୁ ଦାଶ ଶର୍ମା, ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ଶଙ୍କର ରାମଚନ୍ଦାନୀ ଆସିଷ୍ଟାଣ୍ଟ ପ୍ରଫେସର (ଔଷଧ ବିଭାଗ) ଭୀମସାର, ବୁର୍ଲା ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କର ବୈଜ୍ଞାନିକ ମନୋବୃତ୍ତି ତଥା ଚିନ୍ତନ ଶକ୍ତିର ପରିପ୍ରକାଶ ପାଇଁ ଗୀତରେ ଗୀତରେ ଓ ତୂଳୀରେ ତୂଳୀରେ ବିଜ୍ଞାନ ପ୍ରଦର୍ଶିତ ହୋଇଥିଲା । ଆଇ ଲଭ୍ ସାଇନ୍ସ ସେଲଫି ପଏଣ୍ଟରେ ବେଶ୍ ଭିଡ଼ ଜମି ଥିଲା ତଥା ମୁଖ୍ୟ ଆକର୍ଷଣ ବିନ୍ଦୁ ପାଲଟି ଥିଲା । ଉକ୍ତ ପ୍ରଦର୍ଶନୀରେ ସମୁଦାୟ ୨୦୦ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଜୁନିୟର ବିଭାଗରେ ପ୍ରଦ୍ୟୁମ୍ନ ମହାରଣା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପାଲି (ପ୍ରଥମ), ଅନ୍ୱେଷା ପ୍ରଧାନ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ତୁମଗାଁ (ଦ୍ୱିତୀୟ) ଓ ତନୁଜା ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଉନ୍ତପୁର (ତୃତୀୟ) ହୋଇଥିଲେ । ସିନିୟର ବର୍ଗର ୭ଟି ସବ୍ ଥିମ୍‌ରୁ ହେମନ୍ତ କୁମ୍ଭାର, ସରକାରୀ ଉଚ୍ଚ ବିଦ୍ୟାଳୟ, ଧାଙ୍ଗେର ପ୍ରଜ୍ଞାରାଣୀ ଭୋଇ, ସରସରା ଉଚ୍ଚ ବିଦ୍ୟାଳୟ, ରାଶେଶ୍ୱରୀ ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଉଁତପୁର ମୁକେଶ ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ, ରୁହୁଣିଆ, ଗିରିଧାରୀ ସାହୁ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ନିଲେଶ୍ୱର, ଋଷଭ ଅଦାବର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚକରକେନ୍ଦ ଓ ଲକ୍ଷ୍ମୀଶ୍ରୀ ଜେନା,ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁର ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ବରିଷ୍ଠ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ରେମ୍ପ ୱାକ୍ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଥିଲା । ପ୍ରକଳ୍ପ ମନୋନୟନ ଏବଂ ପୁରସ୍କାର ବିତରଣ କାର୍ଯ୍ୟ ଶିବ ଶଙ୍କର ଦାଶ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ଗାଇସୀମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ, ବିଜ୍ଞାନ ଶିକ୍ଷୟିତ୍ରୀ ରାଜଶ୍ରୀ ପୁରୋହିତ, ସପ୍ତର୍ଷି ମହାପାତ୍ର, ଶୋଭାରାଣୀ ପ୍ରଧାନ ଓ ବିଜ୍ଞାନ ଶିକ୍ଷକ ବିକାଶ ବାଘେଲ ସଂଯୋଜନା ତଥା ପରିଚାଳନା କରିଥିଲେ । ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଓ ସଂଯୋଜିକାମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସଫଳତା ପୂର୍ବକ ଅନୁଷ୍ଠିତ ହୋଇଥିଲା । ପରିଷେଶରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.