oom

ତାଲିମ ଶିବିର ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ତାଲପାଲି ହାଇସ୍କୁଲ ହଲ ଠାରେ ମାସ୍‌ ଅନୁଷ୍ଠାନ ତରଫରୁ କରୋନା ଯୋଦ୍ଧା ଭାବେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସରପଞ୍ଚ, ଜିଆରଏସ, ୱାର୍ଡମେମ୍ବର, ଗ୍ରାମସାଥୀ, ଏମବିକେ, ସିଆରପି, ବ୍ୟାଙ୍କମିତ୍ର, କୃଷିମିତ୍ର, ଶିକ୍ଷକ ଏବଂ ମୋବିଲାଇଜରମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।ଏଫଇଏସ ସହାୟତାରେ ମାସ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ତାଲିମ ଶିବିରକୁ ଓଏଲଏମ୍‌ର ଗାଇସିଲେଟ ବ୍ଲକର ବିଏଲସି ବଟକିଶୋର ଦୀପ, ବିଏସଏସଓ ଚିତ୍ରସେନ ପଧାନ, କୃଷି ବିଭାଗର ନାରାୟଣ ପଧାନ, ସିଆରସିସି ମହେନ୍ଦ୍ର ରାଉତ, ପ୍ରଧାନଶିକ୍ଷକ କିଶୋର ଦେବତା, ସାମାଜିକ କର୍ମୀ ହେମନ୍ତ କୁମାର ବାରିକ ପ୍ରମୁଖ ଉଦଘାଟନ କରିଥିଲେ । ମାସ୍‌ର କାର୍ୟ୍ୟକ୍ରମ ସଂଯୋଜକ ଆଦିକନ୍ଦ ବିଶ୍ୱାଳ, ସୁମନ୍ତ ଡନସନା, ଅନିଲ କୁମାର ସାହୁ ପ୍ରମୁଖ ତାଲିମ ଦେଇଥିଲେ । ମିହିରକାନ୍ତ କୁମାର ପରିଚାଳନା କରି ଥିବାବେଳେ ଅରୁଣ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.