
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କରାଟେ-ଡୋ ଆସୋସିଏସନ ଆନୁକୂଲ୍ୟରେ ଜାତୀୟସ୍ତରୀୟ ରେଫରି ଓ ଜଜ୍ ପ୍ରଶିକ୍ଷଣ ଏବଂ ପରୀକ୍ଷା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ କରାଟେ ସଂଘର ରେଫରି ତଥା କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ) ରେଫରି କମିଶନ ଚେୟାରମ୍ୟାନ ହାନ୍ସି ପ୍ରେମ୍ଜିତ ସେନ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବ୍ଲାକ୍ ବେଲ୍ଟ କରାଟେକାମାନେ ଜଜ୍ ‘ଏ’ ଓ ‘ବି’ ଏବଂ ରେଫରି ‘ଏ’ ଓ ‘ବି’ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ କରାଟେ ସଂଘ ସମ୍ପାଦକ ଗୌରୀ ମହାନ୍ତି ଓ ସଭାପତି ହାନ୍ସି ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଓ ପରୀକ୍ଷାରେ ମୋଟ ୬୬ ଜଣ କରାଟେକା କୃତକାର୍ଯ୍ୟ ହୋଇଥିଲେ ।