ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଜନଜାଗରଣ ନିମିତ୍ତ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ଉଲୁଣ୍ଡା ବ୍ଲଜ ଅନ୍ତର୍ଗତ ଉଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଡିଓ ହେମସାଗର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭିଜିଲାନ୍ସ ଇନିସ୍ପେକ୍ଟର ତୁଷାରକାନ୍ତ ମହାପାତ୍ର, ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ଶାଖାର ଭାରପ୍ରାପ୍ତ ଅଧିକାରୀ ଅନୁଷ୍ଠିତ ଗ୍ରାମସଭାରେ ଜନସାଧାରଣଙ୍କ ନିମିତ୍ତ ଆବଶ୍ୟକ ବିଭାଗୀୟ ସୂଚନା ପ୍ରଦାନ କରିଥିଲେ । ବୈଠକରେ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଶ୍ମିତା ଭୋଇ, ପିଇଓ ଶରତ ଚନ୍ଦ୍ର ମିଶ୍ର, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ, ଦୁର୍ନୀତି ବିଭାଗ ଅଧିକାରୀ, ଇନିସ୍ପେକ୍ଟର ହୃଦାନନ୍ଦ କାଲୋ, ଏଏସଆଇ ଦିଲୀପ କୁମାର ଭୂଇଁୟା, ନନ୍ଦ କିଶୋର ବଗର୍ତ୍ତୀ, ବିଷ୍ଣୁ ପ୍ରସାଦ ଜାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

error: Content is protected !!