ବିହାରୀ ସମ୍ପ୍ରଦାୟର ଛଟ୍‌ ପୂଜା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ସହରରେ ବସବାସ କରୁଥିବା ବିହାରୀ ସମାଜ ତରଫରୁ ରବିବାର ମହାସମାରୋହରେ ଛଟ୍‌ ପୂଜାର ବିଧି ଅନୁଯାୟୀ ପାଳିତ ହୋଇଯାଇଛି । ଟିଟିଲାଗଡ ସହର କୁମୁଡା ପାହାଡସ୍ଥିତ ଦେଓବନ୍ଧରେ ବିହାରୀ ସମ୍ପ୍ରଦାୟର ସମସ୍ତ ପରିବାର ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ସୋମବାର ସୂର୍ଯ୍ୟୋଦୟ ଦର୍ଶନ ସହ ଛଟ୍‌ ପୂଜା ସମାପନ ହୋଇଛି । ରବିବାର ଶତାଧିକ ବିହାରୀ ପରିବାର ଲୋକେ ବିଭିନ୍ନ ପୂଜା ସାମଗ୍ରୀ ନେଇ ଦେଓବନ୍ଧଠାରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏଥିରେ ସଭାପତି ଦୀପକ ସାହୁ, ଅଜୟ ଗୁପ୍ତା, ମୁକେଶ ଗୁପ୍ତା, ରାଜେଶ ଗୁପ୍ତା, ସୂରଜ ସାହୁ, ନୀରଜ ସାହୁ, ଧୀରଜ ସାହୁ, ପ୍ରେମ ସାହୁ, ମନୋଜ ସିଂ, ସୁନିତା ଗୁପ୍ତା, ରେଣୁ ଗୁପ୍ତା, ଅନିତା ଦେବୀ, ସୁଜାତା ଗୁପ୍ତା, ମୁକେଶ କୁମାର, କମତା ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.