centurian jitm

ନିମିଶୂଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି’ ଶିଶୁ ମହୋତ୍ସବ ଅନୁଷ୍ଠିତ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତ ଅଧିନସ୍ଥ ନିମିଶୂଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’-୨୦୨୨ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ବେହେରା, ସମ୍ମାନିତ ଅତିଥି ଭାବେ ପାଲଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରାଜେଶ୍ୱରୀ ଗୌଡ଼, ମୁଖ୍ୟ ବକ୍ତା ଭାବେ ରାଜକିଶୋର ଗୌଡ଼, ପ୍ରଫୁଲ୍ଲ ପ୍ରଧାନ, ରମେଶ ଚନ୍ଦ୍ର ବେହେରା ସିଆରସିସି ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ପାଲଙ୍ଗ କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ରର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚତୁର୍ଥରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜୁନିୟର ଓ ସିନିୟର ବର୍ଗରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର, ଶୃତ ଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆଦି କାର୍ଯ୍ୟକ୍ରମରେ କୃତିତ୍ୱ ଛାତ୍ର ହାସଲ କରୁଥିବା ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଶିଶୁ ପୁସ୍ତିକା ‘ପିଲାଙ୍କ ପ୍ରାର୍ଥନା’ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜୟକୃଷ୍ଣ ତ୍ରିପାଠୀ, ବିଷ୍ଣୁ ଚରଣ ବେହେରା, ରତିକାନ୍ତ ବେହେରା, ସୁଦର୍ଶନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ, ପ୍ରମୋଦ ଚନ୍ଦ୍ର ସାମନ୍ତ, ଅଜୟ କୁମାର ନାୟକ, ଦୁର୍ଗା ପ୍ରସାଦ ନନ୍ଦ, ଶିକ୍ଷୟିତ୍ରୀ ପ୍ରୀତିପ୍ରିୟା ମହାନ୍ତି, ରଞ୍ଜିତା କୁମାରୀ ବେହେରା ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ପାଲଙ୍ଗ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ରାମେଶ୍ୱର ମହାଲିକ, ସୁନନ୍ଦା ରାଣୀ ଆଚାର୍ଯ୍ୟ, ମମତା କୁମାରୀ ପାତ୍ର, ଝୁନୁ ପାଇକ, ସଂଗୀତା ବିଷୋୟୀ ଏବଂ ଅଭିରାମ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.