oom

ଆଇଏନଏସ ଚିଲିକାର ନୌଚାଳନା ତାଲିମ ଶିବିର ଅନୁଷ୍ଠିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ମାସ ୧୦ ତାରିଖ ଠାରୁ ୨୦ ତାରିଖ ପର୍ୟ୍ୟନ୍ତ ଚିଲିକା ହ୍ରଦରେ ଆଇଏନଏସର ଆହ୍ୱାନ କ୍ରମେ ନୌଚାଳନା ଅଭିଯାନ ଓଡ଼ିଶାର ୯ ଗୋଟି କଲେଜର ଏନସିସି ୩୦ ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀଙ୍କୁ ସାମିଲ କରାଯାଇ ପ୍ରତ୍ୟହ ନୌଚାଳନା ସମ୍ପର୍କ, ଚିଲିକା ଜଳ ରାଶିରେ କିଭଳି ନୌକା ଚାଳନା କରାଯିବ ଅଭିଜ୍ଞ କମାଣ୍ଡରମାନେ ଛାତ୍ରଛାତ୍ରୀମାନଙ୍କୁ କଳା କୌଶଳ ପ୍ରଦର୍ଶନ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ପ୍ରଶିକ୍ଷଣ ଦେଉଥିବା ଭାରତର ୧୭ ଗୋଟି ନିର୍ଦ୍ଦେଶକ ମଧ୍ୟରୁ ଓଡ଼ିଶା ଆଇଏନଏସ ନିର୍ଦ୍ଦେଶ ଅନ୍ୟତମ । କମାଣ୍ଡର ପିଉସ ପ୍ରତିମ ଦାସ(3ed) ଓଡିଶା ନେଭାଲ ଇଉନିଟ କଟକ, କମାଣ୍ଡର କିଶୋର ଚନ୍ଦ୍ର ରାଉତ କମାଣ୍ଡିଙ୍ଗ ଅଫିସର ୱାନ(୧), ଓଡ଼ିଶା ନେଭାଲ ଇଉନିଟ ବ୍ରହ୍ମପୁର ଦ୍ୱୟ ପ୍ରମୁଖ ପ୍ରଶିକ୍ଷଣ ହେଉଛନ୍ତି । ନିର୍ଦ୍ଧାରିତ ୧୦ ଦିନ ଭିତରେ ୨୫୦ କିଲୋମିଟର ଦୂରତା ଚିଲିକା ହ୍ରଦରେ ଅତିକ୍ରମ କରିବେ । ଏଥିସହ କ୍ୟାଡଟମାନେ ବିଭିନ୍ନ ପ୍ରକାର ସମାଜିକ ସେବା କାର୍ଯ୍ୟକ୍ରମରେ ଭାଗ ନେବେ । ଅନ୍ୟପକ୍ଷେ ମେସିନ ବିହୀନ ଡଙ୍ଗା, ଶୃଙ୍ଖଳା, ଆତ୍ମ ବିଶ୍ୱାସ, ସାହାସ, ସହାୟତା, ଟିମ୍‌ ୱାର୍କ ଆଣ୍ଡ ଡିସିପ୍ଲିନ୍‌ ସହିତ ପହଁରା ଜାଣିଥିବା ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପାରାଦୀପ, ରେଭେନ୍ସା କଟକ, ସିଟି କଲେଜ କଟକ, ଜୟଦେବ କଲେଜ କଟକ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର, ଗଞ୍ଜାମ କଲେଜ ଗଞ୍ଜାମ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଭଞ୍ଜନଗର, ନୟାଗଡ଼ ଅଟୋନୋମସ କଲେଜ, ଖଲ୍ଲିକୋଟ ଅଟୋନୋମସ କଲେଜ ବ୍ରହ୍ମପୁରର +୩ ସେକେଣ୍ଡ ଆଣ୍ଡ ଥାର୍ଡ ଇୟରର ଛାତ୍ରଛାତ୍ରୀମାନେ ଆଇଏନଏସ ଚିଲିକା କୂଳରୁ ନୌଚାଳନା କରି ରମ୍ଭା ଜେଟିରେ ପହଂଚିବା ପରେ ରମ୍ଭା ହାଇସ୍କୁଲ ପରିସରକୁ ଯାଇଥିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଏକ୍ସ ଚେୟାରମ୍ୟାନ ବିଜୟ ଚନ୍ଦ୍ର ବିଶ୍ୱାଳ, ସୌଦାମିନୀ ବିଶ୍ୱାଳ, ଚନ୍ଦ୍ରଶେଖର ନାହାକ ପ୍ରଧାନ, ଶିକ୍ଷକ ଗୋପୀନାଥ ବେହେରା, ଜ୍ଞାନ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।

jittmm
Leave A Reply

Your email address will not be published.