oom

ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ବଲାଙ୍ଗିର ଯାଦବ ଭବନ ଠାରେ ଜିଲ୍ଲା ଆବାହକ ତଥା ଆପ୍‌ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ପାଞ୍ଚଟି ବିଧାନସଭାରୁ ଆମ୍ ଆଦମୀ ପାର୍ଟିର କାର୍ୟ୍ୟକର୍ତ୍ତା ଆସିଥିଲେ ଏବଂ ଏହି ଶିବିରରେ ଆମ୍ ଆଦମି ପାର୍ଟି ରାଜ୍ୟ ଆବାହକ ତଥା ରାଷ୍ଟ୍ରୀୟ ପ୍ରବକ୍ତା ନିଶିକାନ୍ତ ମହାପାତ୍ର ଉଦବୋଧନ ଦେଇଥିଲେ । ଶିବିରରେ ତାଲିମ୍ ପ୍ରଦାନ କରିଥିଲେ । ପାର୍ଟିକୁ ଆଗକୁ ନେବା ପାଇଁ ମନ୍ତ୍ର ଦେଇଥିଲେ । ଏହି ଟ୍ରେନିଂ କାର୍ୟ୍ୟରେ ଜଗଦୀଶ ଚନ୍ଦ୍ର ବିଭାର, ଶଙ୍କର୍ଷଣ ମହାପାତ୍ର, ହିତେଶ ବଗରଟି, ଗଙ୍ଗାରାମ ପଟେଲ, ଅଶୋକ ସୁନା, ସୁବାସିନୀ ଦଣ୍ଡାସେନା, ବିନୟ ମୁନ୍ନା, ସର୍ବେଶ୍ଵର ବିଶି, ବିଶ୍ଵାମିତ୍ର ଭୋଇ, ଶଂକର ସୁନା, ରମା ବେହେରା, ବୁଲୁ ବେହେରା, ସୁଧୀର ବାଗ ଏବଂ ସମ୍ବଲପୁର ଅନନ୍ଦ ସାମଲ ଏବଂ ଅନ୍ୟ କର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ । ପାର୍ଟିର ସକ୍ରିୟ କାର୍ୟ୍ୟକର୍ତ୍ତା ମାନେ ଶ୍ରୀ ପାଣ୍ଡେଙ୍କ ନେତୃତ୍ୱରେ ଆପ୍‌ ଓଡିଶା ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କୁ ଉି୍‌ସାହିତ କରିବା ସହିତ ଯାଦବ ଭବନ ଗେଟ୍‌ରୁ ସ୍ଵାଗତ କରିଥିଲେ ଦଳୀୟ କର୍ମୀ ମାନେ, ଅଲ୍ ଓଡିଶାରେ ବଲାଙ୍ଗିରର ଆମ୍ ଆଦମୀ ପାର୍ଟି ସବୁ ଠୁ ବଢିଆ ସଂଗଠନ ବହୁତ୍ ବଢିଆ ଚାଲିଛି କହିଥିଲେ ଶ୍ରୀ ମହାପାତ୍ର । ତେଣୁ କାର୍ୟ୍ୟକର୍ତ୍ତାମାନେ ଆହୁରି ପରିଶ୍ରମ କରି ପାର୍ଟିକୁ ମଜବୁତ କରିବା ପାଇଁ ଶପଥ ନେଇଥିଲେ ।

jittmm
Leave A Reply

Your email address will not be published.