- ଭବାନୀପାଟଣାର ମେହେକ ଓ ରୋଶନ ଗ୍ରୁପ ଚାମ୍ପିୟନ ବିବେଚିତ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଆମ୍ବପାଲି ପଞ୍ଚାୟତର ଭେରୁଆଭଟ୍ଟା ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମା’ ଦୁର୍ଗତିନାସିନୀ ଦୁର୍ଗାପୂଜା ଉପଲକ୍ଷେ ରାମଜୀ ଯୁବକ ସଂଘ ଆନୁକୂଲ୍ୟରେ ଡ୍ୟାନ୍ସ ଧମାକା- ୨୦୨୨ ଧୁମ୍ଧାମ୍ ସହ ଉଦ୍ଯାପିତ ହୋଇଯାଇଛି । ଏହାର ଉଦ୍ଘାଟନୀ ଉତ୍ସବରେ ସଇଁତଲା ଯୁବ ବିଜେଡି ନେତା ତଥା ସରପଞ୍ଚ ସୁବ୍ରତ ନାଗ ଯାଦବ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଡ୍ୟାନ୍ସ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, ଆମ୍ବପାଲି ସରପଞ୍ଚଙ୍କ ପ୍ରତିନିଧି ସୁବାଷ ସିଂ ଛତ୍ରିଆ, ସମିତି ସଭ୍ୟ ବିଭୀଷଣ ମାଝୀ, କଅସର ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ସାହୁ ପ୍ରମୁଖ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଭବାନୀପାଟଣା, ସଇଁତଲା, ପାଟଣାଗଡ଼, ଟିଟିଲାଗଡ଼, ବଡ଼ମାଳ ତଥା ଆଖପାଖ ଅଞ୍ଚଳର ୨୭ ଜଣ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ଜର୍ଜ ଭାବରେ ଟିଟିଲାଗଡ଼ ଡ୍ୟାନ୍ସ ମାଷ୍ଟର ପୂଜା ମିଶ୍ର, ଫପସିର ଦୀପକ ନାଗ ଓ ମହେନ୍ଦ୍ର ତାଣ୍ଡି ବିଚାରକ ଭାବରେ ଉପସ୍ଥିତ ଥିଲେ । ଏହାର ପୁରସ୍କାର ବିତରଣ ଉତ୍ସବରେ କମିଟିର ସଭାପତି ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପ୍ରଥମ ବିଜେତା ହେଲେ କଳାହାଣ୍ଡିର ମେହେକ ଓ ରୋଶନ ଗ୍ରୁପଙ୍କୁ ନଗଦ ରାଶି ସହ ୫ ହଜାର ଟଙ୍କା ଓ ମାନପତ୍ର, ଦ୍ଵିତୀୟ ବିଜେତା ସଇଁତଲାର ଜେ୨୨ ଗ୍ରୁପଙ୍କୁ ୩ ହଜାର ଟଙ୍କା ସହ ମାନପତ୍ର ଓ ତୃତୀୟ ବିଜେତା ପାଟଣାଗଡ଼ର ସନ୍ତୋଷିନୀ ମେହେରଙ୍କୁ ନଗଦ ରାଶି ୨ ହଜାର ଟଙ୍କା ସହ ମାନପତ୍ର ମୁଖ୍ୟ ଅତିଥି ସରପଞ୍ଚ ଶ୍ରୀ ନାଗ ଉଭୟଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବୀରେନ୍ଦ୍ର ସାଗର ପରିଚାଳନା କରିଥିବା ବେଳେ ଜ୍ଞାନେନ୍ଦ୍ର ସାହୁ, ବସନ୍ତ ସାହୁ, ବିକାଶ ସାହୁ, ସୁଶାନ୍ତ ଭୋଇ, ଦେବଚନ୍ଦ୍ର ସାହୁ, ସୁବନ୍ତ ସାହୁ, ସୁଶାନ୍ତ ସାହୁ, ଉମେଶ ସାହୁ, ରମେଶ ସାହୁ, ସୁଶ୍ରୀ କଲ୍ୟାଣୀ ସାହୁ, ସାନ୍ଧ୍ୟାରାଣୀ ସାହୁ, କୋଶଲ୍ୟ ସାହୁ, ଝିଲିରାଣୀ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବାଲଭଦ୍ର ସାହୁ, ଅଞ୍ଜନ ସାହୁ, ଉତ୍ତମ ସାହୁ, ଅଶୋକ ସାହୁ, ବାବୁରାମ ସାହୁ ଓ ରାକେଶ ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।